ଆଲୋକର ପର୍ବ ଦୀପାବଳୀ ଓ କାଳୀପୂଜା ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଦୀପାବଳୀ ଉତ୍ସବ ମହାସମାରୋହରେ ଡେଲାଙ୍ଗ ବ୍ଲକର ସମସ୍ତ ପୁରପଲ୍ଲୀରେ ପାଳିତ ହୋଇଯାଇଛି । ଆଲୋକର ପର୍ବ ଦିପାବଳୀ ଶରତ ଋତୁରେ ପଡୁଥିବା କାର୍ତ୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ପରମାତ୍ମା ଆମ୍ଭକୁ ଅନ୍ଧାରରୁ ଆଲୋକ ଆଡକୁ ନେଇଯାଆନ୍ତୁ ଏହି ଉଦ୍ଦେଶରେ ବିଭିନ୍ନ ଦେବାଳୟ, ଦୋକନ ବଜାର ସହ ପ୍ରତି ଘରମାନଙ୍କରେ ସନ୍ଧ୍ୟାରେ ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା, ବାଜା ବାଣ ସହ ଦୀପମାନ ପ୍ରଜ୍ୱଳିତ କରାଯାଇଥିଲା । ଏଥିସହ ସନ୍ଧ୍ୟାରେ ପରିବାରର ସମସ୍ତ ସଦସ୍ୟ ଘରର ଶୁଭକାମନା ନିମନ୍ତେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ବଡବଡୁଆ ଡାକିଥିଲେ । ଏହି ପରମ୍ପରା ବହୁ ଆବାହନ କାଳରୁ ପ୍ରଚଳିତ ହୋଇଆସୁଥିôବାରୁ ଏନେଇ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପରିଲଖିତ ହୋଇଥିଲା । ଖେଲାଉର ପଞ୍ଚାୟତର ନୂାଆଗାଁଠାରେ ଦୀପାବଳୀ ପର୍ବ ଓ ମା’ ଶ୍ୟାମାକଳୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

Leave A Reply

Your email address will not be published.