ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ନଟରାଜ କଳା ପରିଷଦର ନାଟକ ପ୍ରସ୍ତୁତି ସ୍ଥଳକୁ ସୌଜନ୍ୟମୂଳକ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ତାର ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆଗାମୀ ନଭେମ୍ବର ୧୮, ୧୯ ଓ ୨୦ ତାରିଖରେ ୬ଟି ନାଟକ ପ୍ରଦର୍ଶନ କରିବାକୁ ଯାଉଛି ଓ ତାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ସୂଚିତ ହୋଇ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ ସ୍ୱତସ୍ଫୁର୍ତ୍ତ ଭାବରେ ନାଟକର ରିହର୍‌ସାଲ ସ୍ଥଳ (କଳାମଣ୍ଡଳ ପଡିଆ ସ୍ଥିତ ପୂରୁଣା ମଂଚ)କୁ ସୌଜନ୍ୟମୂଳକ ପରିଦର୍ଶନରେ ଆସି ପହଞ୍ôଚ ଥିଲେ । ତାଙ୍କର ଏପରି ଉପସ୍ଥିତି ନିର୍ଦ୍ଦେଶକ ତଥା କଳାକାରମାନଙ୍କ ମନରେ ଖୁସିର ଲହରି ଖେଳାଇ ଦେଇଥିଲା । ଅନୁଷ୍ଠାନର ସଦସ୍ୟ ଧିରାଜ ବେଜ୍‌ ସ୍ୱାଗତ ଭାଷଣ ରଖିଥିବା ବେଳେ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଶାନ୍ତ ଖମାରୀ ନଟରାଜ କଳା ପରିଷଦର ଗଠନ ଦିନଠାରୁ ଆଜି ପର୍ଯ୍ୟନ୍ତ ସଂପାଦିତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଅନୁଷ୍ଠାନର ଆବାହକ ରାମ ପ୍ରସାଦ ଦାଶ ଓ ସଂପାଦକ ପ୍ରହଲ୍ଲାଦ ଦର୍ଜୀ ନଟରାଜ କଳା ପରିଷଦର ସାଂଗଠାନିକ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଦସ୍ୟ ଜ୍ୟୋତି ରଂଜନ ବେଦବାକଙ୍କ ଅନୁରୋଧ କ୍ରମେ ପୌରାଧ୍ୟକ୍ଷା ଲିକା ସାହୁ ଉପସ୍ଥିତ କଳାକାରମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସେ ଜଣେ କଳାପ୍ରେମୀ ନାରୀ, କଳା ଓ କଳାକାରମାନଙ୍କୁ ସେ ବହୁତ ଭଲ ପାଆନ୍ତି । ନଟରାଜ କଳା ପରିଷଦ ଏକାଥରକେ ୬ଟି ନାଟକ ପ୍ରସ୍ତୁତ କରୁଥିବା ଜାଣି ଲୋଭ ସମ୍ବରଣ କରି ନ ପାରି ଓ କଳାକାରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରିହର୍‌ସାଲ ସ୍ଥଳକୁ ଆସିଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ଓ ବ୍ୟକ୍ତିଗତ ଭାବେ ତାଙ୍କଠାରୁ ବି ନଟରାଜ କଳାପରିଷଦ ଯାହାକି ସାହାଯ୍ୟ ସହଯୋଗ ଲୋଡିବ ତାକୁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଶ୍ରୀମତୀ ସାହୁ କଳାକାରମାନଙ୍କ ଗହଣରେ କିଛି ସମୟ ବିତାଇ ରିହର୍‌ସାଲକୁ ଉପଭୋଗ କରିଥିଲେ । ନାଟକମାନଙ୍କର ସଫଳତା କାମନା କରିବା ସହିତ ତିନି ଦିନ ଯାକ ନିଜେ ଉପସ୍ଥିତ ରହି ନାଟକ ଉପଭୋଗ କରିବାକୁ ମଧ୍ୟ ଘୋଷଣା କରିଥିଲେ । ଅନୁଷ୍ଠାନ ତରଫରୁ କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.