ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କର ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୫ଦିନ ହେଲା ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ସେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ରହିଥିଲେ । ସୋମବାର ରାତି ୧୧.୨୦ମିନିଟ୍‌ରେ ହସ୍‌ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଣ୍ଡା ତାଙ୍କ ଚାକିରି ଜୀବନରେ ପୁଆ, ଖଗସାକନା, ସାଗରତଳଗୋଠ ଇତ୍ୟାଦି ସ୍କୁଲରେ ଶିକ୍ଷକତାରୁ ଅବସର ଗ୍ରହଣ କରି ଗାଁରେ ରହିଆସୁଥିଲେ । ସେ ଜଣେ ନ୍ୟାୟବନ୍ତ ଅମାୟିକ ମଣିଷ ରହି ଅଞ୍ଚଳରେ ପରିଚିତ ଥିଲେ । ମୃତ୍ୟୁ ବେଳେ ତାଙ୍କ ପତ୍ନୀ ମେନକା ପଣ୍ଡା, ତିନିପୁଅ ଅଚ୍ୟୁତ, ସୁଶିଳ, ଅମ୍ବରିଶ, ତିନି ଝିଅ ସରୋଜିନୀ(କୁନ୍ତି), ନମିତା, ମମତା, ଜ୍ୱାଇଁ ଗିରୀଶ, ସୌଭାଗ୍ୟ, ନାତି ନାତୁଣି ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ମଙ୍ଗଳବାର ସୂର୍ଯ୍ୟପରାଗ ପଡୁଥିବାରୁ ସୋମବାର ରାତିରେ ହିଁଁ ରାଜପାଲି ପିପିଲକଟା ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ଜ୍ୟେଷ୍ଠପୁତ୍ର ଅଚ୍ୟୁତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.