ଡକାୟତି ଯୋଜନା କରୁଥିବା ବେଳେ ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଡକାୟତି ଯୋଜନା କରୁଥିବା ବେଳେ କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ବୃତ୍ତଙ୍କୁ କାବୁ କରିନେଇଥିବା ଜଣାପଡିଛି । ସୂଚନା ଅନୁସାରେ, ୪ ଜଣ ଦୁର୍ବୃତ୍ତଙ୍କ ସହ ସେମାନଙ୍କଠାରୁ ମାରଣାସ୍ତ୍ର, ଦୁଇଟି ଜୀବନ୍ତ ବୋମା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ରେଲୱେ କଲୋନୀର ଅନିଲ ନାୟକ, ବାଲି ଉପର ଅଞ୍ଚଳର ଟେରୁ ଓରଫ ଶଙ୍କର ଦାଶ, ପେଣ୍ଠକଟା ଧୋବାଖାଲ ବସ୍ତିର ନବୀନ ସାହୁ ଓ ରାମଚଣ୍ଡୀ ସାହିର ସୋମନାଥ ସ୍ୱାଇଁ । ସୋମବାର ଏହି ଅଭିଯୁକ୍ତମାନେ ନରେନ୍ଦ୍ର କୋଣସ୍ଥିତ ଦେବୀ ଘାଟଠାରେ ଏକ ଅଟୋରେ ବସି ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିଲେ ।

Leave A Reply

Your email address will not be published.