jayashree

ବେହେରାମୁଣ୍ଡାରେ ମହୁ ଚାଷ ତାଲିମ ଶିବିର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ ଓ ନାବାର୍ଡର ସହଯୋଗରେ ବେହେରାମୁଣ୍ଡା ଗାଁରେ ଭୂମିହୀନ ଶ୍ରମିକଙ୍କୁ ନେଇ ଏକ ଦିନିକିଆ ମହୁଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଏହି ବ୍ଲକର ୩୧ଜଣ ଭୂମିହୀନ ଚାଷୀଙ୍କୁ ନେଇ ବାଡି ଯୋଜନାରେ ମହୁଚାଷ କରାଯାଇଛି । ଏଥିରେ ଓଲମ ଓ ଉଦ୍ୟାନ କୃଷି ବିଭାଗ ସହଯୋଗ କରିଛନ୍ତି । ବାଡି କ୍ଷେତ୍ର ମଧ୍ୟରେ ଚାଷୀମାନେ ମହୁବାକ୍ସ ରଖିଛନ୍ତି । ମହୁମାଛିର କିଭଳି ଯତ୍ନ ନେଇ ଖାଦ୍ୟ, ଅନୁଷଙ୍ଗିକ ଚାଷ, ବାକ୍ସର ଯତ୍ନ ଉପରେ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା । ଆଜିର ଏହି ଶିବିରରେ ଜଗନ୍ନାଥ ଦେହୁରୀ ତାଲିମଦାତା ଭାବେ ଯୋଗ ଦେଇଥିଲେ । ସଂଯୋଗ ପକ୍ଷରୁ ଗୌରାଙ୍ଗ, ରତ୍ନାକର ଓ ସୁଶାନ୍ତ ପାତ୍ର ଯୋଗ ଦେଇଥିଲେ । ଆଗାମୀ ଦିନରେ ଏ ଅଞ୍ଚଳରେ ମହୁ କ୍ଲଷ୍ଟର ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.