jsm

ଉପଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

csstore

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଜାମରା ଗାଁ ଫୋକଟପଡାରେ ଶୁକୃ ଭୋଇ, ସମ୍ବାରି ଭୋଇ, ରାଜାରାମ ଭୋଇ, ବେଣୁ ମାଝି, ରାମେ ମାଝି, ଦହି ଭୁଏ ଉପଯୁକ୍ତ ହିତାଧିକାରୀ ହେଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଉକ୍ତ ହିତାଧିକାରୀ ବୃଦ୍ଧବୃଦ୍ଧା ଅନେକ ଥର ୱାର୍ଡ ସଦସ୍ୟ, ସରପଞ୍ଚ, ବିଡିଓ, ଏମ୍‌ଏଲ୍‌ଏଙ୍କୁ ଅନ୍‌ଲାଇନ୍ କାଗଜ ପତ୍ର ସହ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବୀ ହୋଇଛି ।

yuvodaya
Leave A Reply

Your email address will not be published.