ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ସକାଳ ୧୦ରୁ ୦୪ ଘଣ୍ଟା ପର୍ଯ୍ୟନ୍ତ ପାଟଣାଗଡ଼ ଅନ୍ତର୍ଗତ ଯୁଗୀମୁଣ୍ଡା ଗ୍ରାମର ଆରୋଗ୍ୟ ବିହାରରେ କୋଶଳ ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘ ପାଟଣାଗଡ଼ ଓଡ଼ିଶା ରାଜ୍ୟ ବନ୍ୟୋଷଧି ବିଶେଷଜ୍ଞ ସଂଘର ମିଳିତ ଉଦ୍ୟମରେ ଶ୍ରୀ ଧନ୍ୱନ୍ତରି ଭଗବାନଙ୍କ ପୂଜାନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପୂଜାନୋତ୍ସବରେ ମୁଖ୍ୟ ଅତିଥି ଡ଼.ଦୀନବନ୍ଧୁ ମେହେର, ମୁଖ୍ୟ ବକ୍ତା ଝାସକେତନ୍ ଗୁରୁ, ପଣ୍ଡିତ ହରିଶ୍ଚନ୍ଦ୍ର ସେଠ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କସ୍ତୁରୀ ସେଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅମିଲ୍ ପୁଟେଲ, ଶାନ୍ତନୁ ବୁଦ୍ଧିଆ ମଞ୍ଚାସୀନ ଥିବା ବେଳେ ଗଣ୍ଡରମ୍ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବୈଦ୍ୟମାନେ ଯୋଗ ଦେଇଥିବା ବେଳେ ସଂପାଦକ ମିନକେତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.