oom

ବିରାଟ ଚାଷୀ ସମାବେଶ ନେଇ ଗାଇସିଲାଟ ବ୍ଲକର ସମସ୍ତ ଗାଁରେ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫସଲବୀମା, ମରୁଡି ସହାୟତା ରାଶି, ବିଜୁଳି, ଜଳସେଚନ ସମସ୍ୟା, ସ୍ୱାସ୍ଥ୍ୟସେବା, ଶିକ୍ଷା, ଋଣ ଛାଡ ଆଦି ୧୩ ଦଫା ଦାବୀ ନେଇ ଡାକି ଥିବା ସମାବେଶ ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତର ସମ୍ମୁଖରେ ବ୍ଲକସ୍ତରୀୟ ସ୍ଥାନୀୟ ସରପଞ୍ଚ ପହିଲମାନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜଣାଶୁଣା ସମସ୍ତଙ୍କର ପ୍ରିୟ ଚାଷୀନେତା ରମେଶ ମହାପାତ୍ର ଯୋଗଦେଇଥିଲେ । ଏହି ବୈଠକରେ ଚାଷୀମାନଙ୍କର ଅନେକ ସମସ୍ୟା ଉପରେ ସରକାର ନିଦା ବିଷ୍ଣୁ ସାଜି ଥିବା ଓ ପଶ୍ଚିମ ଓଡିଶାକୁ ସବୁବେଳେ ଅବହେଳା କରୁଥିବା ଆଲୋଚନା କରାଯାଇଥିଲା ଓ ନିନ୍ଦା କରାଯାଇଥିଲା । ସାରା ଦେଶକୁ ଆହାର ଯୋଗାଉ ଥିବା ଚାଷୀ ନିଜେ ଅସୁବିଧାରେ ରହୁଛି ଏଥିପାଇଁ ସରକାର ହିଁ ଦାୟୀ ବୋଲି ପ୍ରକାଶ କରିଥିଲେ । ସମସ୍ତେ ସଂଗଠିତ ହୋଇ ଏକତ୍ର ହୋଇ ଲଢ଼ିବାକୁ ଶ୍ରୀ ମହାପାତ୍ର ଆହ୍ୱାନ କରିଥିଲେ । ଏହି ନଭେମ୍ବର ୧ ତାରିଖ ବିରାଟ ଚାଷୀ ଚେତାବନୀ ସମାବେଶରେ ବହୁତ ସଂଖ୍ୟାରେ ଯୋଗଦାନ କରି ସାମିଲ ହେବାକୁ ବ୍ଲକ କୃଷକ ସଙ୍ଗଠନର ସଭାପତି ଅରବିନ୍ଦ ପଣ୍ଡା ଅନୁରୋଧ କରିଥିଲେ । ଚାଷୀ ସମାବେଶ ପାଇଁ ମୁଠି ଭିକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ମୁଠି ଭିକ୍ଷାରେ ସମସ୍ତେ ସହଯୋଗ କରିବା ପାଇଁ ଗୁହାରି କରାଯାଇଥିଲା । ଏହି ବୈଠକରେ ବ୍ଲକର ଉପ ସଭାପତି ସରୋଜ ସାହୁ, ଆବାହକ ବିରେନ୍ଦ୍ର ପଧାନ, ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ମୋହନ ସିଂ ବରିହା, ଲକ୍ଷଣ ଦଣ୍ଡସନା, ସମାରୁ ସାହୁ, ଡାକ୍ତର ସାହୁ, ବିରେନ୍ଦ୍ର ସାହୁ, ସୁବକାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.