jayashree

ବିଭିନ୍ନ ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଗୁରୁବାର ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ଏଲ୍‌ଡିଏ ପକ୍ଷରୁ ଏକ ଦାବୀପତ୍ର ଦେଇଛନ୍ତି । ଏଲ୍‌ଡିଏ ବ୍ଲକ୍ ସଭାପତି ଦିଲିପ ନାଗଙ୍କ ନେତୃତ୍ୱରେ ଅଞ୍ଚଳର ମୌଳିକ ସମସ୍ୟା, ଗରିବି, ଦାଦନ ଉପରେ ନିୟନ୍ତ୍ରଣ ଓ ଶିଶୁ ଶ୍ରମିକ ନିୟନ୍ତ୍ରଣ ଉପରେ ଏକ ଦାବୀପତ୍ର ଶ୍ରୀ ସାମଲଙ୍କୁ ଦିଆଯାଇଥିଲା । ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ସୃଷ୍ଟି କରିବୁ ବୋଲି ଚେତାବନୀ ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଭଜ ସିପ୍, ବେଣୁଧର ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.