ପ୍ରଫେସର ବସନ୍ତ ପଣ୍ଡା ପାଇବେ ଗୋଦାବରୀଶ ମିଶ୍ର ସମ୍ମାନ

କଟକ : ସାହିତ୍ୟିକ ପ୍ରଫେସର ବସନ୍ତ କୁମାର ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ଗୋଦାବରିଶ ମିଶ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୬ ତାରିଖରେ କଟକ ସାରଳା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରଫେସର ପଣ୍ଡା ଉଚ୍ଚକୋଟିର ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ ଓ ଭାଷାବିଦ୍‌ । ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ସାହିତ୍ୟରେ ତାଙ୍କର ଗଭୀର ବିଦବତ୍ତା ରହିଛି । ତାଙ୍କ କୃତି ମଧ୍ୟରେ ନିସର୍ଗ ନିରାଜନା, କାବ୍ୟ ଜିଜ୍ଞାସା, ବିଶ୍ୱକବି ରବୀନ୍ଦ୍ରନାଥ, ତରୁଣଙ୍କ ପାଇଁ ବୁଦ୍ଧ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ, ରଥ ସପ୍ତକ(ବଙ୍ଗଳା), ଲଙ୍ଗ୍‌ମ୍ୟାନ୍‌ ପ୍ରଭୃତି ଗ୍ରନ୍ଥ ରହିଛି । ବର୍ତ୍ତମାନ ସେ ଭାରତ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.

error: Content is protected !!