ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗତକାଲି ବିଭାଗର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀରେ ହେବାକୁ ଥିବା ଆଇଆଇଟିଏଫ୍ ଏବଂ ରାଜ୍ୟରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଓ ହକି ବିଶ୍ୱକପର ପ୍ରଚାର ପ୍ରସାର ନିମନ୍ତେ ପ୍ରସ୍ତୁତ ରହିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । ପ୍ରିଣ୍ଟ୍, ବୈଦୁତିକ ଏବଂ ସାମାଜିକ ଗଣମାଧ୍ୟମ ସମ୍ବନ୍ଧୀତ ବିଭାଗୀୟ କାର୍ଯ୍ୟର ଶ୍ରୀ ସିଂ ସମୀକ୍ଷା କରିଥିଲେ । ବିଶେଷ କରି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗଣମାଧ୍ୟମ ପରିଚାଳନା ନେଇ ଶ୍ରୀ ସିଂ ଆଲୋଚନା କରିଥିଲେ । ବିଭିନ୍ନ ଜିଲ୍ଲାରେ ଥିବା ସୂଚନାକେନ୍ଦ୍ର ଓ ପାଠାଗାରର ସଠିକ୍ ପରିଚାଳନା ନିମନ୍ତେ ଶ୍ରୀ ସିଂ ଗୁରୁତ୍ବାରୋପ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!