୨୫ ବର୍ଷ ପରେ ଘରକୁ ଫେରିଲେ ମାଆ : ଖୁସିରେ ପରିବାର ଲୋକେ

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୨୫ ବର୍ଷ ହେବ ନିଖୋଜ ଥିବା ୬୦ ବର୍ଷିଆ ବୃଦ୍ଧାଙ୍କୁ ଘରେ ଆଣି ଛାଡିଲେ ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତା । ସୂଚନା ଅନୁସାରେ, ସୋମବାରି ମାନସିକ ରୋଗରେ ଆକ୍ରାନ୍ତ ହେବାରୁ ଦିନ ବିଶି ଓ କୃପା ବିଶି ଦୁଇ ପୁଅଙ୍କ ସହ ସ୍ୱାମୀ ଜୟସିଂ ବିଶିଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ । ସୋମବାରିଙ୍କ ପରିବାର ଲୋକେ ସମୋବାରିଙ୍କୁ ଖୋଜାଖୋଜି କରିଥିଲେ । ହେଲେ ସମୋବାରିଙ୍କୁ ପରିବାର ଲୋକେ ପାଇଁ ନଥିଲେ । ଏଭଳି ୨୫ ବର୍ଷ ହେବ ସମୋବାରି ନିଖୋଜ ଥିବାରୁ ପରିବାର ଲୋକଙ୍କ ମନ ଭାଙ୍ଗି ପଡିଯାଇଥିଲା । କାଳେ ସୋମବାରି କେଉଁଠି ଥିବ କେମିତି ଥିବ ନାଁ ତାଙ୍କର ଦେହାନ୍ତ ହୋଇଯାଇଥିବ ଏନେଇ ପରିବାର ଲୋକେ ଚିନ୍ତାରେ ରହିଥିଲେ ଏବଂ ପରିବାର ଲୋକେ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରି ସାରିଥିଲେ । ହେଲେ ଭଗବାନଙ୍କ କୃପାରୁ ମୁମ୍ବାଇର ଏକ ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତାମାନେ ସୋମବାରିଙ୍କୁ ମାନସିକ ବିକୃତ ଅବସ୍ଥାରେ ବିଶାଖାପାଟଣାରେ ଉଦ୍ଧାର କରି ତାଙ୍କୁ ଚିକିତ୍ସା କରିଥିଲେ । ସେଠାରୁ ସମୋବାରି ଭଲ ହେବା ପରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କନ୍ଧେନଝୁଲା ନିଜ ଗ୍ରାମକୁ ଆଣିଥିଲେ । କନ୍ଧେନଝୁଲା ଗ୍ରାମରେ ପରିବାର ଲୋକଙ୍କ ଓ ଗ୍ରାମବାସୀଙ୍କ ସହିତ ସୋମବାରିଙ୍କୁ ଚିହ୍ନାଇଥିଲେ । ସୋମବାରିଙ୍କୁ ଚିହ୍ନାଇବା ପରେ ସୋମବାରିଙ୍କୁ ପରିବାର ଲୋକେ ଗୋଡରେ ପାଣି ଡାଲି ମୁଣ୍ଡରେ ଫୁଲ ଦେଇ ଘରକୁ ନେଇଥିଲେ । ସୋମବାରିଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ବେଶ୍‌ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଦେବଦୁତ ସାଜି ସୋମବାରିଙ୍କୁ ଉଦ୍ଧାର କରି ଘରକୁ ଆଣି ଦେଇଥିବାରୁ ମୁମ୍ବାଇର ଶ୍ରଦ୍ଧା ଫାଉଣ୍ଡେସନକୁ ଏଭଳି ମହତ କାମ ପାଇଁ ପରିବାର ତଥା ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

error: Content is protected !!