ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୠତକାଲି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ “ଓଡିଶା ଭବନ”, ମୁମ୍ବାଇ କାର୍ଯ୍ୟ କରୁଅଛି । ଭବନରେ ୨୮ଟି ଏସି ରୁମ୍‌ ଓ ୪ଟି ଏସି ଡର୍ମିଟରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ଶଯ୍ୟା ବିଶିଷ୍ଟ ଏସି ରୁମ୍‌ ଓ ୨ଟି ଏସି ଡର୍ମିଟରୀ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷ ଉପକୃତ ହୋଇ ଆସୁଛନ୍ତି । ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!