csstore

ସିହିନୀରେ ପଞ୍ଚାୟତସ୍ତରୀୟ ଲୋକସେବା ଶିବିର

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ସିହିନୀ ପଂଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ପଂଚାୟତସ୍ତରୀୟ ଲୋକସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ବ୍ଲକ ବେଲପଡା ବିଡ଼ିଓ ଭିକ୍ଟର ସୋରେନ, ଥାନା ଅଧିକାରୀ ବୁଲୁ ମୁଣ୍ଡା, ବେଲପଡା ଚେୟାରମ୍ୟାନ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି, ତହସିଲଦାର ପ୍ରଶାନ୍ତି ପ୍ରଧାନ, ସିହିନୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସମସ୍ତ ପ୍ରକାର ସରକାରୀ ସହାୟତା କିପରି ଭାବରେ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବ ସେନେଇ ଆଲୋଚନା କରିଥିଲେ । ବିଶେଷ କରି ଦାଦନ ସମସ୍ୟାକୁ ଦୂର କରିବାପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଅଙ୍ଗନୱାଡ଼ି କେନ୍ଦ୍ରର ଛୋଟ ଛୋଟ ପିଲାମାନଙ୍କ ସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ରାଣା ସମ୍ମାନିତ କରିଥିଲେ । ଏଥିରେ ବେଳପଡା ବ୍ଲକ କୃଷି ବିଭାଗ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶ୍ରମ ବିଭାଗ ଯୋଗ ଦେଇଥିଲେ । ହଜାରରୁ ଅଧିକ ଲୋକେ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜୀବ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.