କ୍ଲିନ ଆଣ୍ଡ ଗ୍ରୀନ୍ ତରଫରୁ ଏନ୍‌ଆଇଟିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ରାଉରକେଲାର କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମରେ ଏନ୍‌ଆଇଟିର ଅନ୍ତେବାସୀଙ୍କ ସହ ମିଶି ପରିସରକୁ ସଫା କରିଥିଲେ । ଶିକ୍ଷାନୁଷ୍ଠାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ପାତ୍ରଙ୍କ ସମନ୍ୱୟ ଦ୍ଵାରା, ନିତିଦିନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବ୍ୟବହୃତ କ୍ୟାଫେଟ ଏରିଆକୁ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ କରିଥିଲେ । ଉଭୟ ଅନୁଷ୍ଠାନର ମିଳିତ ପ୍ରଚେଷ୍ଟାରେ ଦୀର୍ଘ ଦେଢ ଘଣ୍ଟାର ନିରବଚ୍ଛିନ୍ନ ପରିଶ୍ରମରେ ସମଗ୍ର ଅଂଚଳର ପରିବେଶର ସୌନ୍ଦର୍ଯ୍ୟତାରେ ଯଥେଷ୍ଟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଯୋଗ ଦେଇଥିବା ଏନ୍‌ଆଇଟିର କିଛି ବରିଷ୍ଠ କର୍ତ୍ତୃପକ୍ଷ ‘କ୍ଲିନ୍ ଓ ଗ୍ରୀନ’ ସଦସ୍ୟ ମାନଙ୍କର କାର୍ଯ୍ୟ ଶୈଳୀ ଓ ଶୃଙ୍ଖଳିତ କାର୍ଯ୍ୟକ୍ରମ ପରିଚାଳନାରେ ଅଭିହୁତ ହୋଇ ଯାଇଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ସହସମ୍ପାଦକ ଜ୍ଞାନଜୀତ ଦାସ, ଉପସଭାପତି ସାଗର ପାଣି ଓ ଅନ୍ୟ ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ଜାତୀୟ ସଂଗୀତ ଗାନ ଓ ଶେଷରେ କାର୍ଯ୍ୟକାରୀ ସଂପାଦକ ହିମାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନର ବହୁ ସଭ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.