oom

ଏମଏଲଏ ମହିଳା ଉଚ୍ଚ ମାଧ୍ୟାମିକ ସ୍କୁଲରେ ନବାଗତ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ସ୍କୁଲରେ ଶନିବାର ଦିନ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲ ପରିସରରେ ଥିବା ଡ୍ରାମା ଷ୍ଟେଜର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅଧ୍ୟାପକ ବଳରାଜ ସିଂଦେଓ ସ୍ୱାଗତ ଭାଷଣ ଦେବା ସହ ୨ୟ ବର୍ଷରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଉଦ୍ୟମରେ ଦୀର୍ଘ ୨୯ ବର୍ଷ ହେଲା ଏହି ପରମ୍ପରା ବଜାୟ ରଖିଥିବାରୁ ପୁରାତନ ଛାତ୍ରୀ ଏବଂ ବର୍ତ୍ତମାନର ଅଧ୍ୟୟନରତ ଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏପରିକି ଜଣେ ଉତ୍ତମ ଛାତ୍ରୀ କିପରି ହୋଇପାରିବେ ସେ ଉପରେ ସମ୍ୟକ ସୂଚନା ଦେଇଥିଲେ । ସେହିପରି ଅଧ୍ୟାପକ ରମେଶ ପୂଝାରି, ଭାସ୍କର ମେହେର, ଦେବେନ୍ଦ୍ର ପଣ୍ଡା, ଦେବରଥ ସୁନାନି, ମଂଜେଶ ସୁିନା, ମନୋଜ ସାହୁ, ଅଧ୍ୟାପିକା ସଂଜିବନୀ ସୁଧା ରଥ, ସସ୍ମିତା ପଟ୍ଟନାୟକ, ମିଲି କର, ଜ୍ୟୋତି ମହାନ୍ତି ଅଧ୍ୟୟନରତ ଛାତ୍ରୀମାନଙ୍କୁ ବିଦ୍ୟାଳୟର ଉତ୍ତମ ଓ ଜଣେ ଶୃଙ୍ଖଳିତ ଛାତ୍ରୀ ହୋଇ ସୁନାମ ଅର୍ଜନ କରିବା ପାଇଁ ନିଜ ନିଜ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ କିରାଣି ପିଙ୍କି ନାଗ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିବା ସହ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୨ୟ ବର୍ଷ ଛାତ୍ରୀ ସ୍ନିଗଧା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମଟିକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.