ଆଜିଠୁ ଯୁକ୍ତ୩ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଗୁରୁବାରଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ରଖିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଚେୟାରମ୍ୟାନ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମଧ୍ୟ ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ୨ ଭଳି ଉଚ୍ଚଶିକ୍ଷା ବିଭାଗ ଯୁକ୍ତ୩ ବଳକା ସିଟ୍‌ରେ ନାମଲେଖା ଲାଗି ଛାତ୍ରୀଛାତ୍ରଙ୍କୁ ଆଉଥରେ ଆବେଦନ କରିବାକୁ ଏହି ସୁଯୋଗ ଦେଇଛି । ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିଲେ, ମନୋନୀତ ହୋଇ ନାମ ଲେଖାଇ ନ ଥିଲେ, ଆଦୌ ମନୋନୀତ ହୋଇ ନ ଥିବା ଓ ଆବେଦନ କରି ନ ଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଗୁରୁବାର ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଫର୍ମ ଉପଲବ୍ଧ ହେବ । ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୨୭ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୮, ୨୯ ଏବଂ ୩୧ ତାରିଖ ଅପରାହ୍ନ ୫ଟାରେ ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ । ନଭେମ୍ବର ୭ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ୯ ରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମଲେଖା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.