csstore

ଗଞ୍ଜାମ ଜିଲ୍ଲାର ଏକ ଜନପଦ ଏକ ଉତ୍ପାଦ, ମତ୍ସ୍ୟଜାତ ଦ୍ରବ୍ୟର ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବାନ୍ଧ ପଞ୍ଚାୟତ ଗୋଖରାକୁଦ ଡ୍ରାୟ ଫିସ ହଲ୍‌ରେ ଭାରତ ତ୍‌ତ୍ତି ଦ୍ରବ୍ୟର ସତନ୍ତ୍ର ଡାକ ଲଫପା ଉନ୍ମୋଚନ ହୋଇଯାଇଛି । ସରକାରଙ୍କ ଦ୍ୱାରା ଅନୁମୋଦିତ ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଡକ୍ଟ ରୂପେ ମତ୍ସ୍ୟଜାତ ଦ୍ରବ୍ୟ ମାନ୍ୟତା ପାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକବିଭାଗର ନିଷ୍ପତ୍ତି ପ୍ରକାରେ ଓଡିଶା ଡାକ ପରିମଣ୍ଡଳର ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମାପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପ୍ରେରଣାରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଗୌର ହରି ପଣ୍ଡାଙ୍କ ଉଦ୍ୟମରେ ମା’ ରାମଚଣ୍ଡୀ ଫାଉଣ୍ଡେସନର ଚେୟାରମ୍ୟାନ ତଥା ମ୍ୟାନେଜିଙ୍ଗି ଡାଇରେକ୍ଟର ରବୀନ୍ଦ୍ର କୁମାର ଗୌଡ଼ଙ୍କ ଦ୍ୱାରା ପ୍ରସ୍ତାବିତ ହୁମ୍ମା ଡ୍ରାଇ ଫିସ କ୍ଲଷ୍ଟରର ଉତ୍ପାଦିତ ମତ୍ସ୍ୟଜାତ ଉତ୍ପାଦ ଯଥା ମାଛ ମିକ୍ଚର, ମାଛ ପକୋଡା,ଚିଙ୍ଗୁଡ଼ି ମିକ୍ଚର, ଚିଙ୍ଗୁଡ଼ି ପକୋଡା, ଶୁଖୁଆ ତଥା ଦକ୍ଷିଣ ଓଡ଼ିଶାର ସର୍ବ ପୁରାତନ ତଥା ଏସିଆ ମହାଦେଶର ସର୍ବ ବୃହତ ଶୁଖୁଆ ସାପ୍ତାହିକ ହାଟରେ ଉପଲବ୍ଧ ମତ୍ସ୍ୟଜାତ ଦ୍ରବ୍ୟ ଇତ୍ୟାଦି ଉପରେ ସମ୍ବଳିତ ଏକ ସ୍ୱତନ୍ତ୍ର ଡାକ ଲଫାପା ସିପିଏମଜି ଶ୍ରୀ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ପୂର୍ବତନ ଗଞ୍ଜାମ ପାଞ୍ଚୟତ ସମିତି ଅଧ୍ୟକ୍ଷ ତଥା ଗଞ୍ଜାମ ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପ୍ରତିନିଧି ସୁରଥ ପାହାନଙ୍କ କରକମଳରେ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀଙ୍କ ପୌରାହିତ୍ୟରେ ଜାତୀୟ ଡାକ ସପ୍ତାହର ଡାକ ଟିକଟ ସଂଗ୍ରହ ଦିବସ ଅବସରରେ ଗୋଖରକୁଦା ସ୍ଥିତ ହୁମା ଡ୍ରାଇ ଫିସ କ୍ଲଷ୍ଟର ଠାରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ପନ୍ଦର ନମ୍ବର ଜୋନ୍ ସଦସ୍ୟ ସନାତନ ବେହେରା, ହୁମ୍ମା ସରପଞ୍ଚ ଶ୍ରୀମତୀ ଜାନକୀ ଦାସ, ସ୍ଥାନୀୟ ନାଏବ ସରପଞ୍ଚ ତଥା ଗଣମାଧ୍ୟମ ପ୍ରତିନିଧି ଶ୍ରୀକୃଷ୍ଣ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟା ଉଷାରାଣୀ ପ୍ରଧାନ ପ୍ରଭୃତି ଲୋକ ପ୍ରତିନିଧି, ଡାକବିଭାଗ ତରଫରୁ ସହକାରୀ ଡାକ ଅଧିକ୍ଷକ କିରଣ ବାଳା ପଣ୍ଡା, ସଞ୍ଜୟ କୁମାର ଦୋରା, ହୁମ୍ମା ଭାରପ୍ରାପ୍ତ ଉପଡାକପାଳ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଅଭେରସିଓର ଦେବରାଜ ନାୟକ, ନଳିନୀ କର, ବିଭିନ୍ନ ଶାଖା ଡାକଘର କର୍ମଚାରୀ ତଥା ମତ୍ସ୍ୟଜୀବୀମାନଙ୍କ ପ୍ରତିନିଧି ବି ବାବାଜୀ, ଡବ୍ଲ ସୀମାଦ୍ରୀଙ୍କ ସମେତ ବହୁ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ । ୧୯୩୦ ମସିହାରେ ଗାନ୍ଧିଜୀଙ୍କ ଡାକରା ହୋଇଥିବା ଲବଣ ସତ୍ୟାଗ୍ରହରେ ହୁମା ଅଞ୍ଚଳ ପ୍ରତିଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିଖିତ ହୋଇ ରହିଛି, ଏହି ଡାକ ଲଫାପା ଉନ୍ମୋଚନ ଇତିହାସ ଅନ୍ୟ ଏକ ପୃଷ୍ଠା ଯୋଡିବା ସହ ଏହି ଅଂଚଳର ମତ୍ସ୍ୟଜାତ ଦ୍ରବ୍ୟର ଚାହିଦାକୁ ସାରା ଦେଶରେ ପ୍ରଚାର ପ୍ରସାର ପୂର୍ବକ ମତ୍ସ୍ୟଜୀବୀମାନଙ୍କର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ ଡାକ ବିଭାଗ ଏହି ଉଦ୍ୟମର ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟ ପକ୍ଷରେ ସାରା ରାଜ୍ୟରେ କେବଳ ବ୍ରହ୍ମପୁର ଡାକ ମଣ୍ଡଳ ସର୍ବପ୍ରଥମେ ଓଡିଓପି ଉପରେ ଡାକ ଟିକଟ ସଂଗ୍ରହ ଦିବସରେ ଏହି ଡାକ ଲଫାପା ଉନ୍ମୋଚନ ସକାଶେ ସଫଳ ହେବା ଦିଗରେ ପ୍ରସ୍ତାବକ ଶ୍ରୀ ଗୌଡ଼ ଓ ଗଙ୍ଗାଦେବୀ ଫାଉଣ୍ଡସନର ସମ୍ପାଦକ ଏ କେ ମହାପାତ୍ରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଡାକ ସେବକ ଶଶୀଭୂଷଣ ପ୍ରଧାନ ଡାକ ଟିକଟ ସଂଗ୍ରାହକ ଡ. ପ୍ରାଣଚାନ୍ଦ ପଣ୍ଡା, ଦିଲ୍ଲୀପ କୁମାର ପଣ୍ଡା, ରମେଶ ଚନ୍ଦ୍ର ପୁରୋହିତ, ସୁଶ୍ରୀ ପ୍ରିୟଦର୍ଶିନୀ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଯୋଗେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଡାକ ସହାୟକ ତଥା ବିଜିନେସ ଏକୁଜିଟିଭ ଗୌରହରି ପଣ୍ଡା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.