ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ଅର୍ଥ ସଚିବ

ୱାଶିଂଟନ : ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ । ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ ଯୋଗଦେବେ । ବିଶ୍ୱ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ହେଲେ ଦୁଇ ରାଷ୍ଟ୍ର ମଧ୍ୟରେ ଦୃଢ଼ ସମ୍ପର୍କ ରକ୍ଷା ଉପରେ ଜାନେଟ୍‌ ଜୋର୍‌ ଦେଇଆସୁଛନ୍ତି । ସେ ତାଙ୍କର ଭାରତ ପ୍ରତିପକ୍ଷ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ଗସ୍ତ ସମ୍ପର୍କରେ ଘୋଷଣା କରିଛନ୍ତି । ଜି୨୦ ବୈଠକ ପୂର୍ବରୁ ସେ ଅର୍ଥ ସଚିବ ଭାବେ ଭାରତକୁ ପ୍ରଥମ ଗସ୍ତ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଭାରତର ଅର୍ଥମନ୍ତ୍ରୀ ସୀତାରାମନ୍‌ ନିକଟରେ ୱାଶିଂଟନ ଡିସି ଗସ୍ତରେ ଯାଇ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେଇଥିଲେ । ଏଥି ସହିତ ସେ ଏକାଧିକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।

Leave A Reply

Your email address will not be published.

8 + eleven =