ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦ୍ୱିତୀୟ ଅନୁଷ୍ଠିତ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ । ଆସନ୍ତା ୧୪ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡିକର ତାଲିକା ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମି ଥିବା କଲେଜ ଓ ଘରୋଇ ସ୍କୁଲଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ । ଏହି ସ୍କୁଲର ତାଲିକା ଦେବାକୁ ଡିଇଓଙ୍କୁ କୁହାଯାଇଛି । ଉକ୍ତ ପରୀକ୍ଷା ପାଇଁ ଆସନ୍ତା ୧୯ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ । ୨ଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପେପର-୧ ନିମନ୍ତେ ୧୫୦ ମାର୍କ ରହିଥିବା ବେଳେ ପେପର-୨ ଲାଗି ୯୦ ମାର୍କ ରହିଛି ।

Leave A Reply

Your email address will not be published.