oom

ବିଲେଇସର୍ଡା ହାଇସ୍କୁଲରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ତପସ୍ୱିନୀ ବିଶ୍ୱାଲ ଯୋଗ ଦେଇ କିଶୋରୀ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାର, ବ୍ୟକ୍ତିଗତ ପରିଚ୍ଛନ୍ନତା, ବାଲ୍ୟ ବିବାହ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବାଳିକା ମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ସମ୍ପର୍କରେ କହିବା ସହ ଅଭିଭାବକମାନଙ୍କ ମାନସିକତା ବଦଳିଲେ ହିଁ ବାଳିକାମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିବ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିଜ ସଭାପତିତ୍ୱ ଅଭିଭାଷଣରେ ଝିଅମାନଙ୍କର ଭବିଷ୍ୟତ ଯେତେ ଉଜ୍ଜ୍ୱଳ ହେବ, ପର ପିଢି ପାଇଁ ତାହା ବରଦାନ ସାବ୍ୟସ୍ତ୍ୟ ହେବ ବୋଲି ମତ ପ୍ରକାଶ କରିବା ସହ ଚଳିତ ବର୍ଷ ଏହି ଦିବସର ବିଷୟ ‘ବର୍ତ୍ତମାନ ଆମ ସମୟ-ଆମ ଅଧିକାର ଆମ ଭବିଷ୍ୟତ’ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନାଟକ ‘ମୁଁ ଜଣେ ଝିଅ’ ମଞ୍ଚସ୍ଥ ହୋଇଥିଲା । ପୂର୍ବରୁ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତାରେ ତୃପ୍ତିମୟୀ ମିଶ୍ର, କିରନ ମିଶ୍ର, ପ୍ରତିଭା ସଲମା, ସୁହାନୀ ନାଏକ, ସୁନୈନା ସାହୁ, ମୌସୁମୀ ବିଶ୍ୱାଲ, ପାୟଲ ପ୍ରଧାନ, ଚୁମକି ପଧାନ, ଜାହ୍ନବୀ ସାହୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ରଞ୍ଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ସୁବାସିନୀ ସେଠୀ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ଦଣ୍ଡସେନା, ପଙ୍କଜ ମେହେର, ତପନ ବୁଡେକ, ସୁଷମା ମେହେର, ଅଶ୍ୱିନୀ ମହାଲିଙ୍ଗ, ରଶ୍ମୀତା ବିଶ୍ୱାଲ, ରଶ୍ମୀତା ନନ୍ଦ, ଶିକ୍ଷା କର୍ମଚାରୀ ଅମୂଲ୍ୟ ଦୋରା, ଜଗନ୍ନାଥ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.