ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆୟୋଜିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଜାରି କରି ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସିଆର୍‌ପିଏଫ୍‌ ଯବାନମାନେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରମାନଙ୍କ ସହିତ ମିଶି ବିଦ୍ୟାଳୟ ପରିସରରେ ସଫେଇ କାର୍ୟ୍ୟ କରିଥିଲେ । ପରିଷ୍କାର ପରିଚ୍ଛନ୍ନତାର ଏହି ଅଭିଯାନରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ସହ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ସ୍କୁଲର ଶିକ୍ଷକ, ସିଆର୍‌ପିଏଫ୍‌ରୁ ଡକ୍ଟର ରାକେଶ ଶର୍ମା, ଏସ୍‌ଏମ୍‌ଓରୁ ଶ୍ରୀମତୀ ନିନା ଶର୍ମା, ସହକାରୀ କମାଣ୍ଡାଣ୍ଟ, ଇନ୍ସପେକ୍ଟର ସାନ୍ତୋଷ କୁମାର, ଇନ୍ସପେକ୍ଟର ଆଇ. ବାବୁ, ସବ୍-ଇନ୍ସପେକ୍ଟର ବେଦ ପ୍ରକାଶ, ସବ୍ ଇନ୍ସପେକ୍ଟର ଏ.କେ ଆଚାର୍ୟ୍ୟ, ସବ୍ ଇନ୍ସପେକ୍ଟର ତେଜ ରାଜ ମିଶ୍ର ଏବଂ ୟୁନିଟ୍‌ର ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.