jayashree

ବଲାଙ୍ଗିର ଦିନ୍‌ର ସରକାରୀ ମାନ୍ୟତା ପାଇଁ ସାଂସ୍କୃତିକ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କଟାବାଞ୍ଜି ବିଧାୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସାଂସ୍କୃତି ମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ବଲାଙ୍ଗିର ଜିଲ୍ଲାର ଐତିହ୍ୟ, କଳା, ସାଂସ୍କୃତି ଓ ପରଂପରା ବଜାୟ ରଖି ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଦିନ୍‌ ପାଳନକୁ ଆବଶ୍ୟକ ସରକାରୀ ସାହାଯ୍ୟ ଓ ସହଯୋଗ ଦେବା ପାଇଁ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସାଂସ୍କୃତିକ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି ବିଧାୟକ ଶ୍ରୀ ସାଲୁଜା । କିଛି ଦିନ ପୂର୍ବରୁ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି କଟାବାଞ୍ଜି ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ବେଳେ ବଲାଙ୍ଗିର ଦିନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁ ପାଢୀଙ୍କୁ ବିଧାୟକ ଶ୍ରୀ ସାଲୁଜା ସୁପାରିଶ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ନଭେମ୍ବର ୧ ତାରିଖ ୧୯୪୮ ମସିହାରେ କଳାହାଣ୍ଡି, ପାଟଣା ଓ ସୋନପୁର ମଧ୍ୟରେ ୧୯୪୯ ମସିହା ନଭେମ୍ବର ୧ ଦିନ ୭ଟି ଜିଲ୍ଲାରୁ ଅଧିକ ରାଜ୍ୟ ଗଠନ ହୋଇଥିଲା । ଓଡିଶାରେ ଅନୁଷ୍ଠାନିକ ଭାବେ ମିଶ୍ରଣ କରାଯାଇଥିଲା । ଓଡିଶାର ଜିଲ୍ଲା ସଂଖ୍ୟା ୬ ରୁ ୧୩କୁ ବୃଦ୍ଧି କରାଯାଇଥିଲା । ତେଣୁ ନଭେମ୍ବର ୧ ବଲାଙ୍ଗିର ଦିନ୍‌କୁ ସରକାରୀ ସ୍ତରରେ ସାହାଯ୍ୟ ସମର୍ଥନ ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ଦାବୀ କରିଥିଲେ । କଟାବାଞ୍ଜି ବିଧାୟକଙ୍କ ଅଫିସ କାର୍ଯ୍ୟାଳୟରୁ ବଲାଙ୍ଗିର ଦିନ୍‌ କମିଟିକୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.