jsm

ଓଏଏସ୍ ପାଇଲେ ମ.ରାମପୁରର ଅନୁପମ ଆଚାର୍ଯ୍ୟ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଅନୁପମ ଆଚାର୍ଯ୍ୟ ଓଏଏସ୍ ପାଇ ମ.ରାମପୁର ପାଇଁ ଆଣି ଦେଇଛନ୍ତି ଗୌରବ । ସେ ଏହାର ଶ୍ରେୟ ନିଜ ବାପା, ମାଆ, ବଡ ବାପା ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ବଡ ମାଆ ଓ ଗୁରୁଜନଙ୍କୁ ଦେଇଛନ୍ତି । ପାଇକପଡ଼ାର ବାପା ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏବଂ ମାଆ ପୁଷ୍ପାଞ୍ଜଳି ଆଚାର୍ଯ୍ୟଙ୍କ ଏକ ମାତ୍ର ପୁତ୍ର ତଥା ଦୁର୍ଗା ମାଧବ ସରକାରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ମୋହନ ଶଙ୍କର ଆଚାର୍ଯ୍ୟଙ୍କ ନାତି ଅନୁପମ ନିଜ ପ୍ରାଥମିକ ଶିକ୍ଷା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସାରିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଦୁର୍ଗା ମାଧବ ସରକାରୀ ବିଦ୍ୟାଳୟରେ ଶେଷ କରି ଭୁବନେଶ୍ୱର ଜୁପିଟର ସାଇନ୍ସ କଲେଜରେ ଯୁକ୍ତ ଦୁଇ ଏବଂ ବୁର୍ଲା ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି କଲେଜ ଠାରେ ବିଟେକ୍ ସାରି ହାଇଦ୍ରାବାଦ ଠାରେ ୨୦୧୫ରୁ ୨୦୧୮ ଯାଏଁ ଚାକିରି କରୁଥିଲେ । ଚାକିରି ଛାଡ଼ି ସେ ଦିଲ୍ଲୀରେ ୯ ମାସ ରହି ୟୁପିଏସ୍‌ସିର ପ୍ରସ୍ତୁତି କରି ତା’ ପରଠାରୁ ଘରେ ରହି ନିଜର ପ୍ରସ୍ତୁତି ଜାରି ରଖିଥିଲେ । ସେ ୟୁପିଏସ୍‌ସି ପରୀକ୍ଷା ମଧ୍ୟ ଦେଇଛନ୍ତି ଏବଂ ୨୦୨୧ରେ ଓପିଏସ୍‌ସି ପରୀକ୍ଷା ଦେବା ପରେ ଗତ ସେପ୍ଟେମ୍ବର ୯ରେ ପରୀକ୍ଷା ଫଳ ଓ ପରେ ସେପ୍ଟେମ୍ବର ୨୯ରେ କଟକ ଓପିଏସ୍‌ସି ଅଫିସରେ ସାକ୍ଷାତ୍‌କାର ଦେଇଥିଲେ । ଏହାର ଫଳ ପ୍ରକାଶ ପାଇଛି । ଅନୁପମ ୩୭ ନମ୍ୱର୍ ରେଙ୍କରେ ରହିଛନ୍ତି । ଏହି ଖବର ପ୍ରଚାର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ସେହିପରି ଦୁର୍ଗା ମାଧବ ସରକାରୀ ସ୍କୁଲର ଆଉ ଜଣେ ଛାତ୍ର ବିଷ୍ଣୁ ଗୋବିନ୍ଦ ମଧ୍ୟ ଏହି ପରୀକ୍ଷାରେ ୭୪ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

yuvodaya
Leave A Reply

Your email address will not be published.