ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : ବାର୍‌ହା ଆକ୍ରମଣରେ ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ମୁରିବାହାଲ ଗାଁର ମହାନ୍ତି ମାଝୀ(୩୦ବର୍ଷ) ଆହତ ହୋଇଥିବା ଜଣାପଡିଛିି । ଗୁରୁବାର ସକାଳେ ସେ ଶୌଚ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନସ୍‌ ଯୋଗେ ତୁରେକେଲା ଡାକ୍ତରଖାନାକୁ ଆଣିଥିଲେ ।

Leave A Reply

Your email address will not be published.