ଧୁମାଭଟାରେ କ୍ଷତ୍ରୀୟ ସମାଜର ବିଶାଳ ଖଣ୍ଡା ଓ ମଶାଲ ଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ବିଜୟା ଦଶମୀ ଦିନ କ୍ଷତ୍ରୀୟ ସମାଜର ଏକ ବିଶାଳ ଖଣ୍ଡା ଓ ମଶାଲ ଶୋଭାଯାତ୍ରା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟାଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ଇଷ୍ଟ ଦେବୀ ମା’ ବସ୍ତ୍ରେନ୍ ମନ୍ଦିରରୁ ମଶାଲ ବାହାର କରି ଗାଁ ପରିକ୍ରମା କରି ଖଣ୍ଡାଯାତ୍ରା ପଡ଼ିଆରେ ପହଞ୍ଚିଥିଲେ । ଏହି ଯାତ୍ରାରେ କ୍ଷତ୍ରୀୟ ମାନେ ନିଜର ଇଷ୍ଟ ମାନୁଥିବା ପ୍ରଭୁ ଶ୍ରୀରାମଚନ୍ଦ୍ର ପାପ ରୂପି କାମ, କ୍ରୋଧ ହିଂସା, ରୂପି ରାବଣକୁ ବଧ କରିଥିଲେ ସେଥିପାଇଁ ସମସ୍ତ କ୍ଷତ୍ରୀୟ ସମାଜକୁ ଏକ କରିବା ପାଇଁ ସମସ୍ତେ ମିଶି ନିଜ ସମାଜର ଉନ୍ନତି ଓ ଅଞ୍ଚଳର ବିକାଶ ଓ ଏସଂସାରର ବିକାଶ ପାଇଁ ଶପଥ ନେଇଥିଲେ । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜପରିବାରରୁ ଆର୍କେଶ ନାରାୟଣ ସିଂ ଦେଓ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଳପଡା ସରପଞ୍ଚ ହରିଶ୍ଚନ୍ଦ୍ର ବୁଡେକ୍, ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ମହେନ୍ଦ୍ର ଠାକୁର ମଞ୍ଚାସୀନ ହୋଇଥିଲେ । ମୁଖ୍ୟ ବକ୍ତା ଭାବେ କିଶୋର କୁମାର ଠାକୁର ମଞ୍ଚରେ ସଭାପତିତ୍ୱ କରିଥିଲା ବେଳେ ଅରୁଣ କୁମାର ବୁଡେକ ମଞ୍ଚ ପରିଚଳନା କରିଥିଲେ । ଲମ୍ବୋଦର ନାଏକଙ୍କ ନେତୃତ୍ୱରେ ୪/୯/୨୦୨୨ ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୨ ଶିକ୍ଷା ବର୍ଷରେ ଦଶମ, ଯୁକ୍ତଦୁଇ ଓ ସ୍ନାତକୋତ୍ତରରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଧୂମାଭଟା କ୍ଷତ୍ରୀୟ ଯୁବମଞ୍ଚର ସଭାପତି ହୃଷୀକେଶ ବୁଡେକ ସମ୍ପାଦକ ସଚିନ ବୁଡେକ ଓ ଗାଁର ସମସ୍ତ କ୍ଷତ୍ରୀୟ ଯୁବ ମଞ୍ଚ ସଭ୍ୟ ଦୟାସାଗର ବୁଡେକ, ସୀତାରାମ କରନ, ପ୍ରକାଶ ବୁଡେକ, କମଳ ତରଣୀ ବାଗ, ଲୋଚନ ନାଏକ, ଗୋବିନ୍ଦ ମଲ୍ଲିକ, ବାବୁଲାଲ ବୁଡେକ, ମୁକେଶ ବୁଡେକ, ପାନ ବୁଡେକ, କାଲିଆ ମଲ୍ଲିକ, ନବୀନ ବୁଡେକ, ସୁଶାନ୍ତ ବୁଡେକ, ଉଦିତ ବୁଡେକ, ରହିତ ବୁଡେକ ସୁଧିର ବୁଡେକ ହୃଷି ବୁଡେକ ରାଜେଶ ବୁଡେକ, ଇନ୍ଦ୍ର ବୁଡେକ, ନିରାକାର ବୁଡେକ, ଡମ ବୁଡେକ, ଧନି ଦେଓ, ଦେବରାଜ ନାଏକ, ମାଧ ନାଏକ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!