‘ସ୍ୱର୍ଣ୍ଣପ୍ରଭା’ର ସଂପାଦକ ଅକ୍ଷୟ ସ୍ୱାଇଁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାପ୍ତାହିକ ପତ୍ରିକା ‘ସ୍ୱର୍ଣ୍ଣପ୍ରଭା’ର ସଂପାଦକ ଅକ୍ଷୟ ସ୍ୱାଇଁ(୭୪) ଆଉ ନାହାନ୍ତି । ଆଜି ଅପରାହ୍ନ ୩ଟା ୩୦ମି. ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ଆକସ୍ମିକ ବିୟୋଗ ସାରା ସହରରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗତ ସ୍ୱାଇଁ ଓଏସ୍‌ଆର୍‌ଟିସିରୁ ଅବସର ନେବା ପରେ ସାମ୍ବାଦିକତା ପ୍ରତି ମନ ବଳାଇଥିଲେ । ବିଭିନ୍ନ ଖବରକାଗଜରେ ସାମ୍ବାଦିକତା କରିବା ପରେ ସେ ନିଜ ସଂପାଦନାରେ ‘ସ୍ୱର୍ଣ୍ଣପ୍ରଭା’ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶନର ଦାୟିତ୍ୱ ନେଇଥିଲେ ।

Leave A Reply

Your email address will not be published.

error: Content is protected !!