କଳ୍ପବାସିନୀ ପୀଠର ବୁଢ଼ୀ ଠାକୁରଣୀଙ୍କ ଦଶହରା ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ୧୨ନମ୍ବର ୱାର୍ଡ ରିକାପଲ୍ଲୀର ଗ୍ରାମଦେବୀ କଳ୍ପବାସିନୀ ପୀଠରେ ବିଦ୍ୟମାନ ଆରାଧ୍ୟଦେବୀ ଆଦ୍ୟାଶକ୍ତି ମା’ ବୁଢ଼ୀ ଠାକୁରଣୀଙ୍କ ନବରାତ୍ରପୂଜା, ବିଜୟା ଦଶମୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଉକ୍ତଦିନ ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସଂଘ ପକ୍ଷରୁ ପଣାଭୋଗ ଲାଗି ହୋଇଛି । ପୂଜା ସମ୍ଭାରର ବିସର୍ଜନ ଆଦି ପରିସମାପ୍ତି ଘଟିଛି । ବିସର୍ଜନ ବେଳେ ବର୍ଣ୍ଣାଢ୍ୟ ପଟୁଆରରେ ନଗର ପରିକ୍ରମା ସହ ସାହିର ମହିଳାମାନେ ମସ୍ତକରେ ପୂର୍ଣ୍ଣକଳସ ଧରି ନେଇ ରିକାପଲ୍ଲୀ ଗେଟବନ୍ଧରେ ବିସର୍ଜନ କରିଥିଲେ । ଏହି ପୂଜାସମ୍ଭାର ଓ ବିସର୍ଜନ କ୍ଷେତ୍ରରେ ସାହିର ଯୁବ-ଗୋଷ୍ଠୀମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!