ଗୁରୁଣ୍ଡା ଗାଁରୁ ନିଖୋଜ ହୋଇଥିବା ବୃଦ୍ଧା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳର ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ବଙ୍ଗୋମୁଣ୍ଡା ନିକଟସ୍ଥ ଗୁରୁଣ୍ଡା ଗାଁରୁ ଏହି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ତେବେ ସଠିକ୍‌ ଭାବେ କଥା କହି ପାରୁନଥିବା ବେଳେ ସେ ଝରିଆଲ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଏହି ବୃଦ୍ଧା ଜଣକ ଗତ ଦୁଇ ତିନି ଦିନ ହେଲା ସେ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ଠାରୁ ପ୍ରକାଶ । ତେବେ ଏହି ବୃଦ୍ଧା ଜଣକ ଗୁରୁଣ୍ଡା ଗାଁର ଖେଳ ପଡିଆ ନିକଟରେ ଥିବା ବେଳେ ସେମାନେ ତାଙ୍କ ପରିବାରକୁ ସୂଚନା ଦେଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

error: Content is protected !!