ସଡକ ଦୁର୍ଘଟଣା : ୧ ଗୁରୁତର ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଦୀଘୋର ଗାଁଠାରେ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ହେଲେ ସିହାନିମୁଣ୍ଡା ଗ୍ରାମର କମଳ ସାହୁ(୩୦) । ସୂଚନା ଅନୁସାରେ, କମଳ ସାହୁ ଗତକାଲି ସକାଳେ କୌଣସି କାମ ପାଇଁ ବାଇକ ଯୋଗେ ବଲାଙ୍ଗିର ଆସିଥିଲେ । କାମ ସାରି ନିଜ ଘରକୁ ଫେରିବା ସମୟରେ ବାଦୀଘୋର ଗାଁଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଆଣିଥିଲେ ।

Leave A Reply

Your email address will not be published.