lika

ବିଜୁ ଜନତା ଦଳ ଆଗଲପୁର ବ୍ଲକ ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

gbag

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନଵୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକର ରିନ୍‌ବଚନ ପଂଚାୟତ ଠାରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପଦଯାତ୍ରାରେ ରିନବଚନ ପଞ୍ଚାୟତର ୩ ଗୋଟି ଗ୍ରାମରେ ପଦଯାତ୍ରା ହୋଇଥିଲା । ପଦଯାତ୍ରା ପରେ ବ୍ଲକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ଯୋଗଦାନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟା ଅନିତା ଭୋଇ, ବକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ, ରୋତ୍‌ ସମିତି ସଭ୍ୟ କମଲ ସେଠ, ରାମପୁର ପାକ୍ସ ସଭାପତି ଉତ୍ତମ ଭୋଇ, ଯୁବ ସଭାପତି ନାରାୟଣ ସାହୁ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ ଓ ବିଭିନ୍ନ ସମସ୍ୟା ଉପରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ସଭା ଆୟୋଜନରେ ବିକ୍ରମ ଦୋରା, ସୁଶାନ୍ତ ଦୋରା, ଜୟଦେବ ଦୋରା, ଲୋଚନ ଦୋରା ଓ ପ୍ରଶାନ୍ତ ଭୋଇ ପ୍ରମୁଖ ସହାୟତା କରିଥିବା ବେଳେ ଛାତ୍ର ସଭାପତି ଆନନ୍ଦ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.