ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କମର୍ଚାରୀ କମ୍ପାନୀ ପରିସରରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଶନିବାର ସକାଳ ୬ଟା୩୦ରେ ସେଠାରୁ ବ୍ୟାପକ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ସଙ୍ଗେ ସଙ୍ଗେ କମ୍ପାନୀ ଅଧିକାରୀମାନେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଥିଲେ ମଧ୍ୟ କାହାରିକୁ ଭିତରକୁ ଛଡ଼ା ଯାଇ ନ ଥିଲା । ଅଗ୍ନିଶମ ବାହିନୀର କହିବା ଅନୁସାରେ ବ୍ୟାଟେରୀ ରହିଥିବା ଗୋଦାମ ଘରୁ ସର୍ଟସର୍କିଟ ଯୋଗୁଁ ନିଆଁ ବ୍ୟାପିଥିଲା । ତେବେ କମ୍ପାନୀର କର୍ମଚାରୀମାନେ ଗେଟ ବାହାରକୁ ଆସିଥିଲେ ମଧ୍ୟ କେହି କିଛି ସୂଚନା ନ ଦେଇ ପଳାଇ ଥିଲେ, ଯାହାକୁ ନେଇ ସନ୍ଦେହ ଘନିଭୂତ ହୋଇଥିଲା । କମ୍ପାନୀର କାର୍ଯ୍ୟ କଳାପ ସନ୍ଦେହ ନେଇ ଫାଟକ ବାହାରେ ରହିଥିବା ଲୋକମାନେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.