ପଦ୍ମପୁର ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଆଜି ବନଦୁର୍ଗା ଦେବୀ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥିଲେ । ଦେବୀଙ୍କୁ ସ୍କନ୍ଦମାତା ବେଶରେ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପୂଜା ସାମଗ୍ରୀ ସହିତ ଲମ୍ବା ଧାଡିରେ ଛିଡା ହୋଇଥିଲେ ଏବଂ ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶକୁ ଦର୍ଶନ କରିଥିଲେ । ପଣ୍ଡିତ ରଘୁନାଥ ତ୍ରିପାଠୀ, ଦେବେନ୍ଦ୍ର ତ୍ରିପାଠୀ, ଶିରିଶ ଚନ୍ଦ୍ର ଦେବତା, ଅଶୋକ ପଣ୍ତା, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡା ପ୍ରଭାତ ନାରାୟଣ ତ୍ରିପାଠୀ, ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ଓ କୋଷାଧ୍ୟକ୍ଷ ଅନୀଲ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.