ପଖନମୁଣ୍ଡା ବିଦ୍ୟାଳୟରେ ପୋଷାକ ବିତରଣ ମେଳା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା, ବେଲ୍ଟ, ବେଚ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ସିଆର୍‌ସିସି ଧନସିଂ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ, ସମାଜସେବୀ ଥମିର ଛତ୍ରିଆ ଉପସ୍ଥିତ ଥିଲେ । କମିଟିର ସଭ୍ୟ ସଭ୍ୟାମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ପୋଷାକ, ଗୋଟିଏ ହଳ ଜୋତା, ଦୁଇ ହଳ ମୋଜା, ଗୋଟିଏ ବେଲ୍ଟ ଓ ବେଚ ପ୍ରଦାନ କରାଗଲା । ଏହି ମେଳାରେ ଶିକ୍ଷକ ମନୋଜ ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଲେମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!