oom

ସିନ୍ଧେକେଲାରେ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳିତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସିନ୍ଧେକେଲାସ୍ଥିତ ସାହୁ ଭବନଠାରେ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ କୋଶଲୀ ସଂସ୍କୃତି ଦିବସ ପଶ୍ଚିମ ଓଡିଶା ଯୁବାମଂଚ ଓ ସାହୁ ସମାଜର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଜୟନ୍ତୀ ପାଳନ କମିଟିର ଆବାହକ କବୟିତ୍ରୀ ସାଧବୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନିର୍ଝରିଣୀର ସଂପାଦକ ବିରଂଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଗଣପତି ସାହୁ ମୁଖ୍ୟବକ୍ତା, ଚନ୍ଦ୍ରମଣି ଗହୀର, ଲକ୍ଷ୍ମୀଧର ମାଝୀ, ସତ୍ୟନାରାୟଣ ମିଶ୍ର, ବିଜୟ ସାହୁ, ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ଦିବଂଗତ କବି ପ୍ରଶାନ୍ତ ନାୟକ ଓ ଶିବସିଂ ଭୋଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ କଣ୍ଠଶିଳ୍ପୀ ଅଶୋକ ସାହୁ ଓ ବ୍ରଜ ମୋହନ ସାହୁ ଭଜନ ପରିବେଷଣ କରିଥିଲେ । ସଭା ପରେ କବି ବୃନ୍ଦାବନ କୁମ୍ଭାର, କେକିସିଂ ଭୋଇ, ଅନନ୍ତ ବାଗ, ଯଶୋବନ୍ତ ସାହୁ, ଦ୍ରୌପଦ ବାରିକ, ସୁଧୀର ସାହୁ, ସାବିତ୍ରୀ ସାହୁ ଆଦି କବିତା ପାଠ କରିଥିଲେ । ସାଧବୀ ସାହୁ ଅତିଥି ପରିଚୟ ଓ ସୁଧାକର ସାହୁ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତାପସ୍ୱିନୀ ସିଂଦେଓ, ସଂଗୀତା ସାହୁ, ମିନତି ସିଂଦେଓ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.