pakka

ଅକ୍ଟୋବର ୧ରୁ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଅନଶନ କରିବେ ଉଠା ଦୋକାନୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ଉଠା ଦୋକାନୀଙ୍କୁ ଥଇଥାନ ନକରାଇ ସେମାନଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗରେ ଗତ ଅଗଷ୍ଟ ୧୨ ତାରିଖରେ ୬୨ ଜଣ ଉଠା ଦୋକାନୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଅଗଷ୍ଟ ୧୩ ତାରିଖ ପୌର ପ୍ରଶାସନ ସହ ଆଲୋଚନା ଓ ନିର୍ଭର ପ୍ରତିଶୃତି ପରେ ଉଠା ଦୋକାନୀ ଆନ୍ଦୋଳନରୁ ଓହରି ଯାଇଥିଲେ । କିନ୍ତୁ ଏଭିତରେ ୪୬ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଉଠା ଦୋକାନୀମାନେ ବାଧ୍ୟ ହୋଇ ଆସନ୍ତା ଅକ୍ଟୋବର ୧ରୁ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପରିବାର ସହ ଅନିଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣାରେ ବସିବେ ବୋଲି ନିର୍ବାହୀ ଅଧିକାରୀ ପୌର ପରିଷଦ, ଜିଲ୍ଲାପାଳ ବଲାଙ୍ଗିର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ମାଧ୍ୟମରେ ଲେଖି ଜଣାଇଛନ୍ତି । ଦୀର୍ଘ ୪ ମାସ ହେଲାଣି ଉଠା ଦୋକାନୀ ପୌର ସଂସ୍ଥା ତରଫରୁ ଉଠାଇ ଦେଇଥିବାରୁ ଉଠା ଦୋକାନୀମାନଙ୍କ ରୋଜଗାର ଠପ୍‌ ହୋଇଥିବା ବେଳେ ବାରମ୍ବାର ଜିଲ୍ଲାପାଳ କାର୍ଯ୍ୟାଳୟ ଓ ପୌର ସଂସ୍ଥାକୁ ଯାଇ କୌଣସି ସୁଫଳ ମିଳୁନାହିଁ । ଅନ୍ୟପଟେ ଘର ଚଳାଇବା ମୁସ୍କିଲ ହୋଇଯାଇଛି । ତେଣୁ ସଂଘ ବାଧ୍ୟ ହୋଇ ସପରିବାର ଅନଶନ ପନ୍ଥା ଅପଣେଇବା ପାଇଁ ବାଧ୍ୟ ହୋଇଛି ବୋଲି ସଂଘ ସୂଚନା ଦେଇଛି । ସଂଘ ପକ୍ଷରୁ କଶରତ ଚନ୍ଦ୍ର ଜୟସୱାଲ, ଶିବ ସାହୁ, ଅମର କର, ବନମାଲି ମେହେର, ଅନିଲ ଲାଲୱାନି, ନାରାୟଣ ରାଉତ, ସୟଦ ଅଫ୍ରୋଜ ଅଲ୍ଲି, ଶୈକ ବୈରଦ୍ଧିନ ପ୍ରମୁଖ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

5 × 5 =