pakka

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ନବରାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ନବରାତ୍ରି ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ନୀତି ନିୟମରେ ପୂଜାବିଧି ଚାଲିଥିବା ବେଳେ ଭକ୍ତମାନେ ମାନସିକ ରଖି ଦୀପ ପ୍ରଜ୍ଜଳନ କରୁଛନ୍ତି । ଚଣ୍ଡିପାଠ, ମାଁଙ୍କର ମନ୍ତ୍ର ତଥା ଭୋର ସକାଳୁ ପୂଜା ସୂର୍ଯ୍ୟପୂଜାରୁ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚଣ୍ଡିପାଠ କରାଯାଉଛି । ଗତ ଦୁଇ ବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ । କିନ୍ତୁ ଏ ବର୍ଷ ମା’ଙ୍କ କୃପାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି । ସନ୍ଧ୍ୟାରେ ମା’ଙ୍କ ମହାଆଳତୀରେ ଭକ୍ତ ବହୁ ସଂଖ୍ୟାରେ ଯୋଗଦାନ କରୁଛନ୍ତି । ପୂଜକ ମଳୟ ଦିସ୍ରୀ ଓ ତାଙ୍କ ପୁତ୍ର ଅଭିନାଶ ଦିସ୍ରୀ ପୂଜା ନୀତି ନିୟମ ଅନୁସାରେ ପୂଜା କରୁଥିବା ବେଳେ ପଣ୍ଡିତ ବାବୁଲି ମିଶ୍ର ଚଣ୍ଡିପାଠ କରି ହୋମଯଜ୍ଞ ନିର୍ବାହ କରୁଥିବା ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

one × 4 =