csstore

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ସିଟ୍ ବୃଦ୍ଧି ଓ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କଲେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଓ ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୁବନେତା ଅର୍କେଷ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଝାରୀଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରି ବଲାଙ୍ଗିରର ଐତିହାସିକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର +୩ ସିଟ୍ ବୃଦ୍ଧି ଓ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ରାଜ୍ୟ ସରକାରଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଏହି ଅନୁରୋଧ ପତ୍ରରେ ଛାତ୍ର ନେତା ସୁମନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର +୩ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ ଛାତ୍ରଛାତ୍ରୀଙ୍କ ଚାହିଦା ମୁତାବକ ସିଟ୍ ସଂଖ୍ୟା ବୃଦ୍ଧି କରିବା ସହିତ ନୂତନ ଇଣ୍ଡୋର ଷ୍ଟାଡିୟମ, ମିୟୁଜିଅମ୍‌, ପାର୍କ, ନୂତନ ପ୍ରକୋଷ୍ଠ ନୂତନ ବିଭାଗ ଯଥା ଷ୍ଟାଟିଷ୍ଟିକ ମନସ୍ତତ୍ତ୍ୱ ବିଭାଗ ଏଣ୍ଠୋଗ୍ରାଫି, ସୋସିଓଲୋଜି, ରୁରାଲ ଡେଭଲପମେଣ୍ଟ, ଏମବିଏ, ଏମସିଏ, ଏମଏସଡବ୍ଲୁ ଆଦି ବିଭାଗରେ +୩ ଖୋଲିବା ପାଇଁ ଏବଂ ବିଇଡି ଏମ୍‌ଇଡି ପୁନଃଭାବରେ ଏହି ବର୍ଷରୁ ଆରମ୍ଭ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୁଝାରୀଙ୍କୁ ନିବେଦନ କରିଥିଲେ । ଏହି ସାକ୍ଷାତକାର ସମୟରେ ବଲାଙ୍ଗିର ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର ଓ ଯୁବନେତା ଲେଙ୍କା ସାହୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.