csstore

ଅଖିଳ ଭାରତୀୟ ଗୋଁଡ ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଅଖିଳ ଭାରତୀୟ ଗୋଁଡ ସମାଜ ମଣ୍ତପ ପ୍ରାଙ୍ଗଣଠାରେ ରାଜ ବୋଡାସମ୍ବର ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ବୁଢାଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୂଜା ଅର୍ଚ୍ଚନା କଲା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱ କରିଥିବା ବେଳେ ଜୟସିଂ ସିଦ୍ଧାର ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ନୃସିଂହନାଥ ମନ୍ଦିର ସେବକ ସୁବୋଧ ପଣ୍ଡାଙ୍କୁ ଫୁଲ ଚନ୍ଦନ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଜିଲ୍ଲା ଉପ ସଭାପତି ଚୈତୁ ସିଂ ଦାଉ, ଭାଗବତିଆ ସିଂ ଦାଉ, ଚିତ୍ତରଞ୍ଜନ ପୋଢ, ବସନ୍ତ ଧରୁଆ, ଶୋଭାରାମ ଧରୁଆ, ନରସିଂହ ଧରୁଆ, ଅମୃତ ବାଗ, ଭୋଲାନାଥ ଜଗତ, ଅମୃତ ବାଗ, ଭୁବନ ଧରୁଆ, ସୁନ୍ଦର ପୁଟା, ଗୋପୀନାଥ ଧରୁଆ, ୠକମଣ ଧରୁଆ, ସୁବ୍ରତ ଦିୱାନ, ବିଜେସି ଭୋଏ, ସୂର୍ଯ୍ୟ ଧରୁଆ, କାଞ୍ଚନ ନେତାମ, ସାବିତ୍ରୀ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ । ସମାଜକୁ କିପରି ସୁଦୃଢ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇ ଥିଲେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ । ଏଥିରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ଅଞ୍ଚଳରୁ ମହିଲା ଓ ପୁରୁଷ ଶତାଧିକ ଭାବରେ ଯୋଗଦାନ କରିଥିଲେ । ଶେଷରେ ସଫେଦ ସିଦ୍ଧାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.