ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ନୂତନ ବସ ଟାର୍ମିନାଲ ପରିସର ମଧ୍ୟରେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସହଯୋଗ କ୍ରମେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁପିଏଚ୍ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଏକ ବିଶାଳ ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ସହର ଉପକଣ୍ଠରେ ଥିବା ଜନସାଧାରଣ ଏଠି ତାଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚ ଓ ନିମ୍ନ ରକ୍ତଚାପ, ମଧୁମେହ, ସଠିକ୍ ଉଚ୍ଚତା, ଓଜନ ଓ ବିଶେଷ ଭାବରେ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିକୁ ଚିହ୍ନଟ କରି ତାଙ୍କୁ ଆହୁରି ବିହିତ ପରାମର୍ଶ ପାଇଁ ଉପଯୁକ୍ତ ନିର୍ଦ୍ଧାରିତ ସ୍ଥାନକୁ ପ୍ରେରଣ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ଶିବିରରେ ସର୍ବମୋଟ ୧୮୦ରୁ ଅଧିକ ଜନସାଧାରଣ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉପରୋକ୍ତ ଶିବିର ଏକ ଅନୁନ୍ୟ ଓ ଉପଯୋଗୀ ଶିବିର ଯେଉଁଠି ଆମ ଅଂଚଳର ତଥା ଘରୋଇ ବସ ଟାର୍ମିନାଲର ଅନେକ କର୍ମଚାରୀ ତାଙ୍କ ନିଜ ସ୍ୱାସ୍ଥ୍ୟକୁ ଯାଞ୍ଚ କରିବାରେ ସଫଳ ହୋଇ ପାରିଥିବା ହେତୁ ଓ ଆସନ୍ତା ଦିନରେ ଏଭଳି ସ୍ୱାସ୍ଥ୍ୟ ଚିକିତ୍ସାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ଘରୋଇ ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଅତିଥି ଆକାରରେ ଯୋଗଦାନ କରି ନିଜ ମତ ପ୍ରକାଶ କରିଥିବା ବେଳେ ଶିବିରରେ ନେସନାଲ ପିସ ଊନୀସନ ନିର୍ଦ୍ଧେଶକ, ଚେୟାରମେନ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସହଯୋଗୀ ମେନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଏହି ସ୍ୱାସ୍ଥ୍ୟ ପରୀକ୍ଷାର ବିଶେଷତ୍ୱ ସମ୍ପର୍କରେ ସଭିଁଙ୍କୁ ସୂଚନା ଦେଇଥିଲେ । ଉପରୋକ୍ତ ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗରର ଗୌରବ ପଧାନ(ଫାର୍ମାସିଷ୍ଟ), ଶ୍ରୀମତୀ ମାମି ସିଂଦେଓ, ଶ୍ରୀମତୀ ରୋଜାଲିନା ହୋତା (ନର୍ସିଂ), ରାହୁଳ ପାଲ (ଡାଟା ମେନେଜର), ଶ୍ରୀମାନ ସତ୍ୟବ୍ରତ (ଏଲ୍ଟି), ଯତୀନ ପଶାୟତ, ଅଞ୍ଜଳି ନାଗ, ବିପିନ ବିହାରୀ ସେଠ୍, ଦାଶରଥି ପଧାନ ଇତ୍ୟାଦିଙ୍କ ସହ ଘରୋଇ ବସ ମାଲିକ ସଂଘର ସଭ୍ୟଗଣ ଏହି ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇବାରେ ସହାୟକ ହୋଇଥିଲେ ।