jayashree

ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଇଁ ସେଞ୍ଚୁରିଅନ ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ବିଶ୍ୱ ସମୁଦାୟର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ପରିବେଶ ସୁରକ୍ଷା । ପରିବେଶ ବଞ୍ଚିଲେ ହିଁ ମଣିଷ ବଂଚିବ ଏହା ହିଁ ବର୍ତ୍ତମାନର ମୂଳ ଆବଶ୍ୟକତା । ପରିବେଶ ସୁରକ୍ଷା କ୍ଷେତ୍ରରେ ବନ୍ୟଜନ୍ତୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ । ଏହି ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଭାରତରେ ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସେଞ୍ଚୁରିଅନ ବିଦ୍ୟାଳୟ ବଲାଙ୍ଗିରରେ ଏକ କୁଇଜ ପ୍ରତିଯୋଗିତା ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ବିଦ୍ୟାଳୟର (ଇକୋ) କ୍ଲବର ସଦସ୍ୟ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥଲା । ପ୍ରତିଯୋଗିତାରେ ୧୦୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଶିକ୍ଷକ ଅରିନ୍ଦମ ପରିଛା, ଶିକ୍ଷୟତ୍ରୀ ଭକ୍ତି ପଢାରିଆ, ଶ୍ରଦ୍ଧାମାୟୀ ନାଏକ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । ପ୍ରତିଯୋଗିତାରେ ଛାତ୍ର ଓ ଛାତ୍ରୀ ମାନଙ୍କର ଦଳ ଗଠିତ ହୋଇଥିଲା । ଏମାନଙ୍କ ମଧ୍ୟରୁ ଶେଷରେ ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ରୀ ସୁଶ୍ରୀ ସଂଚିତା ବିଶ୍ୱାଳ ଓ ଇପ୍ସିତା ବିଶ୍ୱାଳଙ୍କ ଦଳ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥଲେ । ବାସ୍ତବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏବଂ ସେମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବାରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା । ଅନୁଷ୍ଠାନର ଏହି ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.