ଅହିଂସା ରଥକୁ ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ଜନଜାଗରଣ କରିବା ପୂର୍ବକ ସାରା ଓଡ଼ିଶା ପରିକ୍ରମା କରୁଥିବା ଅହିଂସା ରଥକୁ ସସମ୍ମାନ ପ୍ରଦାନ କରାଯାଉଛି, ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନାର ସହ ରଥକୁ ସ୍ୱାଗତ କରାଯାଇଛି । ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗରଣ ସୃଷ୍ଟି କରିବା ପାଇଁ ଅହିଂସା ରଥ ଶୁକ୍ରବାର ସର୍ବ ପ୍ରଥମେ ଗଞ୍ଜାମ ଜିଲ୍ଲା ଅତିକ୍ରମ କରିଛି । ଗଜପତି ଜିଲ୍ଲାର ସୀମାନ୍ତ ପାର ହୋଇ ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ପହଞ୍ଚିବା ମାତ୍ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥାପନା କ୍ରମେ ଅହିଂସା ରଥକୁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସ୍ୱାଗତ କରାଯାଇ ସମ୍ବର୍ଦ୍ଧନା କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ରହ୍ମପୁର ରଶ୍ମିରାଣୀ ନିମାକା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭଞ୍ଜନଗର ଗୌରୀ ଶଙ୍କର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସୁଲତା ରାଣୀ ସ୍ୱାଇଁ, ମମତା ପ୍ରଧାନ, ଅମୀନ ପ୍ରଧାନ, ବିଜୟ ପ୍ରଧାନ, ସ୍ଥାନୀୟ ସରପଞ୍ଚ କବିତା ଗମାଙ୍ଗୋ, ଭାରପ୍ରାପ୍ତ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ପରେ ପୋଡାମାରୀ ଏବଂ ଡେଙ୍ଗାଓସ୍ତା ଠାରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅହିଂସା ରଥ ଦ୍ୱୟକୁ ଉତ୍ସାହର ସହ ସାଂସ୍କୃତିକ ଭରା କାର୍ଯ୍ୟକ୍ରମର ସହ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ ରଥ ଦିଗପହଣ୍ଡି ବ୍ଲକ୍ ଅଭିମୁଖେ ଓ ଦ୍ୱିତୀୟ ରଥ ଚିକିଟି ଅଭିମୁଖେ ଯାତ୍ରା କରିବା ପରେ ସେଠାରେ ବିପୁଳ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କରିବା ସହିତ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର ନୃତ୍ୟକଳା ପ୍ରଦର୍ଶନ କରିଥିଲେ । ଚିକିଟି ଠାରେ ଏକ ସାଧାରଣ ସଭା କରାଯାଇ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ବିଶ୍ୱ ରଞ୍ଜନ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପାରାଣୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମଜିତ୍ ସାହୁ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପାତ୍ରପୁର ବ୍ଲକ୍ ଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶ, ତହସିଲଦାର ଅମୀତ୍ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ୱାଇ. ସଂଯୁକ୍ତା, ଜନ ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାୟକଙ୍କ ପୁତ୍ର ଶଶୀ ଭୂଷଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେରଗଡ ଠାରେ ଅହିଂସା ରଥକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନସାଧାଣଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ବ୍ଲକ୍ ଅଧ୍ୟକ୍ଷ କେ.ସି. ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିସ୍ ବରାଳ, ତହସିଲଦାର ଡ. ଗୟାସିନ୍ଧୁ ପରିଡା, ଭାରପ୍ରାପ୍ତ ଥାନା ଅଧିକାରୀ ମନୋଜ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସ୍ୱୟଂ ସହାୟିକ ଗୋଷ୍ଠୀର କର୍ମକର୍ତ୍ତା ଓ ସ୍ଥାନୀୟ ଜନ ପ୍ରତିନିଧି ଓ ଜନସାଧାରଣଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!