oom

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା କେନ୍ଦ୍ରୀୟ କମିଟି ବୈଠକ : ରାଜ୍ୟ ଦାବୀକୁ ପାର୍ଲିଆମେଣ୍ଟରେ ଉଠାଇବା ପାଇଁ ଏମ.ପି.ମାନଙ୍କୁ ଘେରିବାକୁ ନିଷ୍ପତ୍ତି

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଧାନସଭା ଘେରାଉ, କୋସଲାଞ୍ଚଲ ମହାବନ୍ଦ ପରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ନବ ଗଠିତ କେନ୍ଦ୍ର କମିଟିର ପ୍ରଥମ ବୈଠକରେ ଆନ୍ଦୋଳନକୁ ଅଧିକ ଶାଣିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମ୍ବଲପୁରର ବୟୋଜ୍ୟେଷ୍ଠ କୋଶଲବାଦୀ ନେତା ଭକ୍ତ ପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ପରିବର୍ଦ୍ଧିତ କମିଟି ବୈଠକରେ ଆଗାମୀ ଦିନରେ ରାଜ୍ୟ ଦାବୀକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଗତ କରିବାକୁ ଏହି ଅଞ୍ଚଳର ଏମ୍‌ପି ମାନଙ୍କୁ ଆଗାମୀ ଦିନରେ ଘେରିବା ସହ ଦାବୀପତ୍ର ଦେବାକୁ ସ୍ଥିର କରିଛି । କେନ୍ଦ୍ର କମିଟି ସଭାପତି ସାଗର ଦାସ ଭାଷଣ ଦେଇ କୋଶଲ ରାଜ୍ୟ ଦାବୀ ଏବେ ରାଜନୈତିକ ହୋଇ ସାରିଥିବାରୁ ଆମ ବିରୋଧରେ ଚକ୍ରାନ୍ତକୁ ବୁଝି ସତର୍କ ହେବାକୁ ସଂଗ୍ରାମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ନାୟକ ସଭାରେ ୧୫ଟି ଜିଲ୍ଲାର ପ୍ରାୟ ୩୨ ଜଣ ବକ୍ତାଙ୍କ ଆଲୋଚନାକୁ ତର୍ଜମା କରି ବିଭିନ୍ନ ପ୍ରସ୍ତାବ ଆଗତ କରି ଆଗାମୀ ୨୮ ତାରିଖ ଓକିଲ ସମୂହଙ୍କ ପ୍ରତିବାଦ ଆନ୍ଦୋଳନକୁ ସମର୍ଥନ ଘୋଷଣା, ପ୍ରତାବିତ ରାଜ୍ୟକୁ ଚାରିଟି ଭାଗରେ ବିଭକ୍ତ କରି ଲୋକଙ୍କ ନିକଟକୁ ପଦଯାତ୍ରାରେ ଯିବା ସହ ବିଗତ ମହାବନ୍ଦକୁ ସାଧାରଣ ଜନତା ସ୍ୱତଃସ୍ଫୁର୍ତ୍ତ ଭାବରେ ସଫଳ କରିଥିବାରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା । ଏହି ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ଘନଶ୍ୟାମ ସାହୁ, ଇଶଦ ମହମ୍ମଦ, ଗୋପାଳ କୁମ୍ଭାର, ବିରେନ୍ଦ୍ର ପାଣିଗ୍ରାହୀ, ନୂତନ ଗୋଖରିଆ, ଗୋପାଳ କୁମ୍ଭାର, ବିକାଶ ସ, ଅସିଂ ପଟେଲ, ଶାନ୍ତନୁ ତ୍ରଣା, ଆକାଶ ପଣ୍ଡାଙ୍କ ସମେତ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବ ମଂଚର କର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.