ଗଡ଼ିଲା କୃଷକ ସଚେତନତା ରଥ

ପାଟଣା : ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ ଗତକାଲିଠାରୁ କୃଷକ ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ଗୋଷ୍ଠୀ କୃଷି ଅଧିକାରୀ କୃପାସିନ୍ଧୁ ସାହୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ପାଟଣା ସହାକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ତୁରୁମୁଙ୍ଗା ସହାକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, ଏଟିଏମ୍‌ ଗଙ୍ଗାଧର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି ରଥ ପାଟଣା ବ୍ଲକ ଅଞ୍ଚଳ ପରିକ୍ରମାରେ ଯାଇ କୃଷକ ଓଡ଼ିଶାରେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଅକ୍ଟୋବର ୩୧ ସୁଦ୍ଧା କରାଇବା ପ୍ରଧାନମନ୍ତ୍ରୀ କିସାନ ଯୋଜନା, କୃଷକ ଓଡ଼ିଶାରେ ଜମିଜମା ତଥ୍ୟ ଦେବା ଆଦି ସମ୍ପର୍କରେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.