jsm

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଟାଉନ ବାଳିକା ହାଇସ୍କୁଲ ଠାରେ ସଚେତନତା କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତକାଲି ଟାଉନ ବାଳିକା ହାଇସ୍କୁଲ ଠାରେ ସାଇବର କ୍ରାଇମ ଓ ସୋସିଆଲ ମିଡ଼ିଆର ଆପ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୋମଳମତି ଛାତ୍ରଛାତ୍ରୀମାନେ ମୋବାଇଲ ହ୍ଵାଟ୍ସଆପକୁ ଖୁବ୍‌ କମ ବ୍ୟବହାର କରି ସେଥିରୁ ଶିକ୍ଷଣୀୟ ବିଷୟ ସବୁକୁ ଅନୁକରଣ କରିବାକୁ ଏବଂ ନିଜର ଉଜ୍ୱଳ ଭବିଷ୍ୟତ ଗଢି ଭଲ ମଣିଷ ହୋଇ ସମାଜ ପ୍ରତି ନିଜ ନିଜର ଦାୟିତ୍ୱ କର୍ତ୍ତବ୍ୟ ନିଭାଇବାକୁ ପରାମର୍ଶ କରିଥିଲେ ଓ ଏହି ଶିବିରର ଆୟୋଜକ ହାଇସ୍କୁଲର ସମସ୍ତ ଷ୍ଟାଫକୁ ପ୍ରଶଂସା କରିଥିଲେ । ସାଇବର ସେଲ ପୋଲିସ ଷ୍ଟେସନ ଭାରପ୍ରାପ୍ତ ଥାନା ଅଧିକାରୀ ଭାରତୀ ନାଏକ, ସବ- ଇନ୍ସପେକ୍ଟର ଅଭିନାଶ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଇବର କ୍ରାଇମ ଓ ସୋସିଆଲ ମିଡ଼ିଆର ଆପ ବ୍ୟବହାର ଯୋଗୁଁ ଯୁବକ ଯୁବତୀ ଓ ସମାଜ ଉପରେ କିଭଳି ଖରାପ ପ୍ରଭାବ ପଡୁଛି ଏବଂ ଏହାକୁ ରୋକିବା ଦିଗରେ ଆମେ ସମସ୍ତେ କିଭଳି ସଜାଗ ଓ ସଚେତନ ହେବା, ସାଙ୍ଗ ସାଥି ଓ ପାଖ ପଡୋଶୀ ଲୋକଙ୍କୁ ସଚେତନ କରିବା ସେ ଦିଗରେ ବିସ୍ତାର ଭାବେ ବୁଝାଇଥିଲେ । ସରକାରୀ ଟାଉନ ବାଳିକା ୫-ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଓ ଆଇନ ସେବା ପ୍ରାଧିକରଣର ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ ।

yuvodaya
Leave A Reply

Your email address will not be published.