oom

ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ହାଟପଦାପଡା କମ୍ୟୁନିଟି ସେଣ୍ଟର ପରିସରରେ ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ୨୪୫ ଜଣ ଟୀକା ନେଇଛନ୍ତି । ଏହି ଅବସରରେ ଅତିଥି ଭାବରେ ଡ.ଦିବ୍ୟକିଶୋର ପତି, ଡିଷ୍ଟିକ୍‌ ପବ୍ଲିକ ହେଲ୍‌ଥ ଅଫିସର ବଲାଙ୍ଗିର, ରାମାନୁଜ ପଣ୍ଡା ସିଡିଏମ୍‌ପିଏଚ୍‌ଓ, ଜଣାଶୁଣା ବିଜ୍‌ନେସମ୍ୟାନ୍‌ ଲୋଟସ୍‌ ଷଡଙ୍ଗୀ ଓ ଟୁନା ମିଶ୍ର ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ତଦ୍ ସହିତ କେଭିଡ-୧୯ର ପ୍ରଥମ ଡୋଜ୍ ଯେପରି ଗୁରୁତ୍ୱପୂର୍ଣ୍ଣ ଏହି ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତେଣୁ ଯେଉଁମାନେ ଏହା ନେଇ ନାହାନ୍ତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟୀକାକରଣ କେନ୍ଦ୍ରକୁ ଯାଇ ଟୀକା ନିଅନ୍ତୁ ବୋଲି ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା । ଆଜି ନାରୀ ଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ୍‌ ଟୀକାକରଣ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ପ୍ଲାଷ୍ଟିକ୍ ବର୍ଜ୍ଜନ ଏବଂ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ନିମନ୍ତ୍ରିତ ଅତିଥିମାନଙ୍କୁ ମାଟିରେ ତିଆରି ଗମଲାରେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରି ସଚେତନତାର ବାର୍ତ୍ତା ଦିଆଯାଇଥିଲା । ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ ଆପଣ ମାନେ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ଜନ କରି ମାଟି କାମ ହେଉ କିମ୍ବା ବୃକ୍ଷ ରୋପଣ ହେଉ ଏଭଳି ବିଷୟକୁ ଗୁରୁତ୍ୱ ଦିଅନ୍ତୁ ଯାହା ଆମ ପାଇଁ ତଥା ଆମ ପରିବେଶ ପାଇଁ ଉପଯୁକ୍ତ ବୋଲି ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଥିଲା ।

jittmm
Leave A Reply

Your email address will not be published.