jsm

ରାମଚନ୍ଦ୍ରପୁର ଗ୍ରାମରେ ବିଶ୍ୱକର୍ମା ପୂଜା ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଦିନରେ ପୂଜା ଅନୁଷ୍ଠିତ ହେବା ପରେ ରାତ୍ରିରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ରାମଚନ୍ଦ୍ରପୁର ତଥା ଆଖ ପାଖ ଗାଁର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସିଆଲବନ୍ଧ ଗ୍ରାମର ଡିସି ବଏଜ୍‌ ଗୃପ ପ୍ରଥମ ପୁରସ୍କାର ପାଇଥିବା ବେଳେ ସିଆଲବନ୍ଧ ଗ୍ରାମର ଦୀପାଞ୍ଜଳି ମେହେର ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ରାମଚନ୍ଦ୍ରପୁର ଗ୍ରାମର ରିମା ବାଗ ଓ ବର୍ଷା ଚନ୍ଦନ ଯୁଗ୍ମ ଭାବରେ ତୃତୀୟ ପୁରସ୍କାର ଲାଭ କରିଥିଲେ । ସେହିପରି ରାମଚନ୍ଦ୍ରପୁର ଗ୍ରାମର ସୃତି ଜାଲ ଓ ଟୁଲୁ ବାଗ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ପୁରସ୍କାର ଲାଭ କରିଥିଲେ । ପ୍ରତିଯୋଗିତାରେ ରାମଚନ୍ଦ୍ରପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଜୀବନାନନ୍ଦ ବାଗ ମୁଖ୍ୟ ଅତିଥି ଓ ବିଚାରକ ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଚନ୍ଦ୍ରଶେଖର ବାଗ, ଜୟରାମ ସେଠ, ସୁରେନ୍ଦ୍ର ଷାଣ୍ଢ, ଉତ୍ତମ ବାଗ, କୈଳାସ କୁଦେଇ, ମଳୟ ରଞ୍ଜନ ବାଗ, ରାଜେନ୍ଦ୍ର ଷାଣ୍ଢ, ସୁଦର୍ଶନ ଜାଲ, ରବିନ୍ଦ୍ର ଜାଲ, ଫଗନୁ ଜାଲ, ଦୟାରାମ ସେଠ, ଧନିରାମ ସେଠ, ମାନସ ପଟେଲ, ଆଦିବାସ ଷାଣ୍ଢ, ଶରତ ପଟେଲ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର୍ ବାଗ ମଞ୍ଚପରିଚାଳନା କରିଥିଲେ । ବିଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ କଟକଣା ଭିତରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଥିଲା । କିନ୍ତୁ ଏ ବର୍ଷ କୋଭିଡ଼ କଟକଣା ହଟିବା ପରେ ଭକ୍ତ, ଦର୍ଶକ ଓ କଳାକାର ମହଲରେ ବେଶ ଉତ୍ସାହ ଦେଖା ଦେଇଥିଲା ।

yuvodaya
Leave A Reply

Your email address will not be published.