oom

ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାଲା ମାଧ୍ୟମରେ ଆଇନ ସଚେତନତା

jsmm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତଠାରେ ପାଲା ନାଟକ ମାଧ୍ୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବରେ ଆଇନ ସେବା ପ୍ରାଧିକରଣର ସଚିବ ଚରଣ ଚିତ ଓରାମ ଯୋଗଦେଇ ମହିଳାମାନେ ଯେଉଁଭଳି ଭାବରେ ଏସିଡ ଆକ୍ରମଣର ଶିକାର ହେଉଛନ୍ତି ତାହାର ନିରାକରଣ, ଦୋଷୀମାନଙ୍କ ପାଇଁ ଆଇନରେ ଥିବା ଦଣ୍ଡ ବିଧାନ, ବାଲ୍ୟ ବିବାହ ନିରାକରଣ, ପିଡିତା କ୍ଷତିପୂରଣ ବ୍ୟବସ୍ଥା, ଶିଶୁଙ୍କୁ ଉଚିତ ଶିକ୍ଷା ଓ ମହିଳାମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଯୋଜନାମାନ ସଂପର୍କରେ ଆଲୋକପାତ କରିଥିଲେ । ବହିରା ଗ୍ରାମର ମା ମାହେଶ୍ୱରୀ ମହିଳା ପାଲା ଦଳ ଦ୍ୱାରା ପାଲା ନାଟକ ଜରିଆରେ ଆଇନ ସଚେତନତା କାଯାଇଥିଲା । ଏଥିରେ ସରସରା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନେ ଏକାଠି ହୋଇ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.