jayashree

ପ୍ରଜ୍ଞାନ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ଆଠଗଡ : ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ପଞ୍ଚାୟତର ବେତଖୋଲିସ୍ଥିତ ହରିହରାନନ୍ଦ ଆଶ୍ରମର ସ୍ୱାମୀ ଅଞ୍ଜନେୟାନନ୍ଦ ଗିରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ।
ଦୈନିକ ଗୀତା ଅଧ୍ୟୟନ, ମନୁଷ୍ୟର ଜୀବନଚର୍ଯ୍ୟାରେ ଗୀତାର ଭୂମିକା ବିଷୟରେ ଆଲୋକପାତ କରିବା ସହ ପିଲାମାନଙ୍କୁ ଗୀତା ଆବୃତ୍ତି ପାଇଁ ଉତ୍ସାହିତ କରିବା ଲାଗି ଅଭିଭାବକମାନେ ପ୍ରୟାସ କରିବା ଜରୁରୀ ବୋଲି ଶ୍ରୀ ଗିରି ମତବ୍ୟକ୍ତ କରିଥିଲେ । ଆଠଗଡ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟର ୬୫ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ଗୀତା ଆବୃତ୍ତି କରିଥିଲେ । ଶୁଭଦର୍ଶୀ ଦାଶ, ପ୍ରତାପ ଚନ୍ଦ୍ର ପଣ୍ଡା, ଜଳନ୍ଧର ସାହୁ, ପ୍ରଦୀପ କୁମାର ମହାପାତ୍ର, ସନ୍ତୋଷ କୁମାର ତ୍ରିପାଠୀ ବିଚାରକ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ୪ଟି ବର୍ଗରେ କୃତି ପ୍ରତିଯୋଗୀମାନଙ୍କ ମଧ୍ୟରୁ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାରୀ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ସଂଯୋଜକ ଶିକ୍ଷାବିତ୍‍ ନବକିଶୋର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଶରତ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.