jsm

ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ନେହେରୁ ଏସୋସିଏସନ୍‌ ପରିସରରେ ଏସୋସିଏସନ୍‌ର ସଭାପତି ଆନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବରଗଡ ନେହେରୁ ଏସୋସିଏସନ୍‌ ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତଦାନ ଶିବିର । ଉକ୍ତ ଶିବିରକୁ ଇଂରାଜୀ ଶିକ୍ଷୟତ୍ରୀ ସୁଶ୍ରୀ ଅଙ୍କିତା ମିଶ୍ର ଉଦ୍‌ଘାଟନ କରି ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହ ଶହ ଅସହାୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଥିବା ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଜନ ହିତରେ ଅନେକ ଦକ୍ଷ କାର୍ଯ୍ୟ କରିଥିବା ସମାଜ ସେବୀ ଜନ ନାୟକ ତଥା ବାଦାନ୍ୟ ବନ୍ଧୁ ସ୍ୱର୍ଗତ ଇଂ ଦେବବ୍ରତ ମିଶ୍ରଙ୍କ ସ୍ମରଣରେ ଅନେକ ପୁରୁଷ ଓ ମହିଳା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତେବେ ଉକ୍ତ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାକୁ ଏସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି କେନେଡ଼ି ରାଜ ଓ କୋଷାଧ୍ୟକ୍ଷ ସତ୍ୟଜିତ ଦାଶ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ଫର୍, ନିଷ୍ଠା ପରିବାର ସହଯୋଗ କରିଥିଲେ । ଟିକୁ ଦାଶ, ସତ୍ୟଜିତ ଦାଶ, ଭରତ କୁମାର ସାହୁ, ସଂଜୀବ ରାଓ, କ୍ଷିତିଶ ମିଶ୍ର, ଅନୁପମା ମିଶ୍ର, ଅବିନାଶ ମିଶ୍ର, ଅଙ୍କିତା ମିଶ୍ର, ଦିପକ ସାହୁ, ରିଙ୍କି ନାଗ, ଅଭିଷେକ ପ୍ରଧାନ, ଭାଗବତ ଦାଶ, ପ୍ରହଲ୍ଲାଦ ସୁନା, ଜୟନ୍ତ ସାହୁ, ପ୍ରଶାନ୍ତ ବେହେରା, ନରସିଂହ କର, ପ୍ରତୀକ ଦର୍ଜୀ, ନୂତନ ପଟୁଆ, ରଂଜିତ ଶତପଥୀ, ଧର୍ମାନନ୍ଦ ଷଡଙ୍ଗୀ, ଯଶୋବନ୍ତୀ ଦାଶ, ଅଙ୍କିତା ପ୍ରିୟଦର୍ଶିନୀ, ମାରନ୍ଧା ବେହେରା, କଲ୍ୟାଣୀ ସାହୁ, ବିଶ୍ୱନାଥ ସାହୁ, ଶଶାଙ୍କ ଦାଶ, ସୁବ୍ରତ ଶତପଥୀ, ପ୍ରତ୍ୟୁଷ ମିଶ୍ର, ସଂଗ୍ରାମ କେଶରୀ ବେହେରା, ଶେଷଦେବ ଭୋଇ, ଯୁଧିଷ୍ଠିର ସେଠୀ, ଶିବୁ ବାଗ, ନରେନ୍ଦ୍ର କୁଦେଇ, ଦିବେଶ ନାୟକ, ଧର୍ମେନ୍ଦ୍ର ସିଂହ, ପ୍ରିୟଙ୍କା ଭୋଇ, ବିଦିଶା ସାହୁ, ଲଳିତା ସାହୁ, ସମୀର ସାହୁ, ସମରଜିତ ଷଡଙ୍ଗୀ, ଅରବିନ୍ଦ ବେହେରା, ରୋଶନ ଦାଶ, ସୂରଜ ପଟେଲ, ମାନସ ଚାନ୍ଦ, ସନ୍ତୋଷ ସାହୁ ପ୍ରମୁଖ ରକ୍ତଦାନ କରି ସ୍ୱର୍ଗତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.